ଓଡିଶା

odisha

ETV Bharat / bharat

ମୁଜାଫରପୁର ଆଶ୍ରୟଗୃହ ମାମଲା: ଆଜି ବି ପ୍ରକାଶ ପାଇଲାନି ରାୟ - ମୁଜାଫରପୁର ବାଳିକା ଗୃହ କାଣ୍ଡ ମାମଲା

ପୁଣି ଘୁଞ୍ଚିଲା ବିହାରର ମୁଜାଫରପୁର ବାଳିକା ଆଶ୍ରୟଗୃହ ମାମଲାର ରାୟ । ଏହା ପୂର୍ବରୁ ମଧ୍ୟ ନଭେମ୍ବର 14ରେ ଆଇନଜୀବିଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟଙ୍କ ରାୟ ପ୍ରକାଶ ପାଇନଥିଲା ।

Muzaffarpur shelter  home case
ଫାଇଲ ଫଟୋ

By

Published : Dec 12, 2019, 12:46 PM IST

ପାଟନା: ପୁଣି ଘୁଞ୍ଚିଲା ବିହାରର ମୁଜାଫରପୁର ବାଳିକା ଆଶ୍ରୟଗୃହ ମାମଲାର ରାୟ । ଦିଲ୍ଲୀର ସାକେତକୋର୍ଟ ଆଜି ମାମଲାର ରାୟ ପ୍ରକାଶ କରିଥାନ୍ତେ । ହେଲେ ଆଡିଶନାଲ ସେଶନ ବିଚାରପତି ସୌରଭ କୂଳଭୁଷଣ ଆଜି ଛୁଟିରେ ଥିବାରୁ ଏହି ରାୟକୁ ଘୁଞ୍ଚାଇ ଦିଆଯାଇଛି । ଏହା ପୂର୍ବରୁ ମଧ୍ୟ ନଭେମ୍ବର 14ରେ ଆଇନଜୀବିଙ୍କ ଆନ୍ଦୋଳନ ଯୋଗୁଁ କୋର୍ଟଙ୍କ ରାୟ ପ୍ରକାଶ ପାଇନଥିଲା ।

ପୂର୍ବରୁ ଏହି ମାମଲାର ଶୁଣାଣି ମୁଜାଫରପୁର ଓ ଦିଲ୍ଲୀ ସାକେତ କୋର୍ଟରେ ହୋଇଛି । ଗତ ସେପ୍ଟେମ୍ବର 30ରେ ବିଚାରପତି ସୌରଭ କୂଳଭୁଷଣ ସବୁ ପକ୍ଷର ଯୁକ୍ତି ଶୁଣିବା ପରେ ମାମଲାରେ ରାୟ ସୁରକ୍ଷିତ ରଖିଥିଲେ ।

୨୦୧୮ ଅକ୍ଟୋବର ୩୧ରେ ମୁଜାଫରପୁରର ବାଳିକା ଗୃହରେ କିଶୋରୀମାନଙ୍କ ସହିତ ଯୌନ ଶୋଷଣ ସହିତ ହିଂସା ମାମଲା ଲୋକଲୋଚନକୁ ଆସିଥିଲା । ୨୦୧୮ ଜୁଲାଇ ୨୬ରେ ସିବିଆଇକୁ ଘଟଣାର ତଦନ୍ତ ଦାୟିତ୍ବ ମିଳିଥିଲା । ଏହା ପରେ ସିବିଆଇ ଜୁଲାଇ ୨୮ରେ ଏତଲା ଦେଇଥିଲା । ୨୦୧୮ ଡିସେମ୍ବର ୧୮ରେ ସିବିଆଇ ମୁଖ୍ୟ ଅଭିଯୁକ୍ତ ବ୍ରଜେଶ ଠାକୁର ସମେତ ଅନ୍ୟ ୨୧ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । ବ୍ରଜେଶ ଠାକୁର ଏବେ ପଞ୍ଜାବର ଏକ ଜେଲରେ ଅଛି । ଏହି ମାମଲାରେ ସମାଜ କଲ୍ୟାଣ ବିଭାଗର କିଛି ଅଧିକାରୀ ମଧ୍ୟ ଅଭିଯୁକ୍ତ ଅଛନ୍ତି ।

ABOUT THE AUTHOR

...view details