ଥିରୁଅନନ୍ତପୁରମ: ପ୍ରବଳ ବର୍ଷା ଯୋଗୁଁ କେରଳର ଇଡୁକୀରେ ହୋଇଥିବା ଭୂସ୍ଖଳନ ଘଟଣାରେ ମୃତ୍ୟୁସଂଖ୍ୟା 42କୁ ବୃଦ୍ଧି ପାଇଛି । କ୍ରମାଗତ ତୃତୀୟ ଦିନ ସର୍ଚ୍ଚ ଅପରେସନ ସମୟରେ 16 ଟି ମୃତଦେହ ଉଦ୍ଧାର ହୋଇଛି ।
ଇଡୁକୀ ଭୂସ୍ଖଳନ ଘଟଣା, 42କୁ ପହଞ୍ଚିଲା ମୃତ୍ୟୁ ସଂଖ୍ୟା - କେରଳରେ ଭୂସ୍ଖଳନ
କ୍ରମାଗତ ତୃତୀୟ ଦିନ ସର୍ଚ୍ଚ ଅପରେସନ ସମୟରେ 16 ଟି ମୃତଦେହ ଉଦ୍ଧାର ହୋଇଛି ।
ବିପର୍ଯ୍ୟୟ ପରିଚାଳନା ବାହିନୀ, ଅଗ୍ନିଶମ ବାହିନୀ ଏବଂ ପୋଲିସ ଦ୍ବାରା ମିଳିତ ଭାବରେ ଏହି ଅପରେସନ କରାଯାଇଥିଲା। ସେପଟେ ରବିବାର କେରଳ ମନ୍ତ୍ରୀ କେ ରାଜୁସ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିଛନ୍ତି। ବୁଲଡୋଜର ଏବଂ ଅନ୍ୟାନ୍ୟ ଯନ୍ତ୍ର ବ୍ୟବହାର କରି ମୃତଦେହ ଉଦ୍ଧାର କରାଯାଇଛି। କୁକୁର ସ୍କ୍ବାର୍ଡ ବ୍ୟବହାର କରି ଏହି ସର୍ଚ୍ଚ ଅପରେସନ କରାଯାଇଛି। ବର୍ଷା ହେତୁ ଭୂସ୍ଖଳନ ହେବାର ସମ୍ଭାବନା ଥିବାରୁ ଏହି ଅଞ୍ଚଳରେ ଅଧିକ ଲୋକଙ୍କୁ ନଆସିବାକୁ ଜିଲ୍ଲା ପୋଲିସ ମୁଖ୍ୟ ନିର୍ଦ୍ଦେଶ ଦେଇଛନ୍ତି।
କେରଳରେ ପ୍ରବଳ ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଇଡୁକୀ ଜିଲ୍ଲାର ରାଜମଲା ଅଞ୍ଚଳରେ ବର୍ଷା ଯୋଗୁଁ ଭୁସ୍ଖଳନ ହୋଇଥିଲା । ଏହି ଘଟଣାରେ ଘଟଣା ସ୍ଥଳରେ କେତେଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ନିଖୋଜ ଥିଲେ । ସେମାନଙ୍କୁ ଖୋଜିବା ପାଇଁ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜ୍ଞାପନ କରିଥିଲେ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଓ ଆହତଙ୍କ ଚିକିତ୍ସା ନିମନ୍ତେ ୫୦ ହଜାର ଟଙ୍କା ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡରୁ ମଞ୍ଜୁର କରିଥିଲେ ।