ଚଣ୍ଡିଗଡ: ପଞ୍ଜାବ ବିଷାକ୍ତ ମଦମୃତ୍ୟୁ ମାମଲାରେ ମୃତ୍ୟୁ ସଂଖ୍ୟା 104 କୁ ବୃଦ୍ଧି ପାଇଛି । ସର୍ବାଧିକ ମୃତ୍ୟୁ ତରନତରନ ଜିଲ୍ଲାରେ ହୋଇଛି । ଏଠାରେ ପ୍ରାୟ 80 ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ବାଟଲା ରୁ 12 ଓ ଅମ୍ରିତସର ଅଞ୍ଚଳରୁ ମଧ୍ୟ 12 ଜଣଙ୍କ ପ୍ରାଣହାନୀ ଘଟିଛି । ସାରା ଦେଶରେ ଚହଳ ପକାଇଥିବା ଏହି ଘଟଣାରେ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ।
ସୂଚନା ଯୋଗ୍ୟ, ତିନୋଟି ଜିଲ୍ଲାକୁ ଏକ ଗୋଷ୍ଠୀ ଦ୍ବାରା ଦିଆଯାଇଥିବା ବିଷାକ୍ତ ମଦଯୋଗୁଁ ଏହି ବିଭୀଷିକା ଦେଖା ଦେଇଛି । ପ୍ରତ୍ୟେକ ଦିନ ପ୍ରାଣହାନୀ ଘଟୁଛି । ମଦ୍ୟପାନ କରିଥିବା ଅନେକ ବ୍ୟକ୍ତି ଗୁରୁତର ଅସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହି ଘଟଣା ପରେ ବିଭିନ୍ନ ସ୍ଥାନରେ ପୋଲିସ ଚଢଉ ଜାରି ରଖିଛି ।