ଓଡିଶା

odisha

ETV Bharat / bharat

କୋଝିକୋଡ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି - death toll

କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି ପାଇଛି। ଅଗଷ୍ଟ 7ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ 53 ବର୍ଷୀୟ ବ୍ୟକ୍ତିଙ୍କ ଶନିବାର ଚିକିତ୍ସିତ ଅବସ୍ଥାରେ ଦେହାନ୍ତ ହୋଇଛି।

କୋଝିକୋଡେ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି
କୋଝିକୋଡେ ବିମାନ ଦୁର୍ଘଟଣା, ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି

By

Published : Aug 23, 2020, 8:50 AM IST

କୋଝିକୋଡେ: କେରଳ କୋଝିକୋଡ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 20କୁ ବୃଦ୍ଧି ପାଇଛି। ଅଗଷ୍ଟ 7ରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ 53 ବର୍ଷୀୟ ବ୍ୟକ୍ତି ଶନିବାର ଚିକିତ୍ସିତ ଅବସ୍ଥାରେ ଆଖି ବୁଝିଛନ୍ତି। ଏହାକୁ ମିଶାଇ ବିମାନ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 20 ଛୁଇଁଥିବା ବରିଷ୍ଠ ଜିଲ୍ଲା ଅଧିକାରୀ କହିଛନ୍ତି।

ପାଇଲଟ ଏବଂ ସହ-ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଥିଲେ। ଦୁର୍ଘଟଣା ଗ୍ରସ୍ତ ବିମାନ ଖଣ୍ଡ ଖଣ୍ଡ ହୋଇଯାଇଥିଲା। ଦୁର୍ଘଟଣାର କିଛି ଦିନ ପରେ, 68 ବର୍ଷିୟ ଅରବିନ୍ଦକୃଷ୍ଣଙ୍କ ଗୋଡରେ ଆଘାତ ଲାଗି ଚିକିତ୍ସିତ ହେଉଥିବା ବେଳେ ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା।

ଅତ୍ୟାଧୁନିକ ବିକାଶରେ, ଆମେରିକାର ଆଧାରିତ ଜାତୀୟ ପରିବହନ ସୁରକ୍ଷା ବୋର୍ଡ (NTSB) ଏହାର "ସ୍ୱୀକୃତିପ୍ରାପ୍ତ ପ୍ରତିନିଧୀ ଏବଂ ବୈଷୟିକ ପରାମର୍ଶଦାତା" ମାନଙ୍କୁ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ (AAIB)କୁ ଜାରି ରହିଥିବା ଅନୁସନ୍ଧାନରେ ସହାୟତା କରିବାକୁ ନିଯୁକ୍ତ କରିଛି।

ସୂଚନା ଥାଉ କି, AAIB ଦୁର୍ଘଟଣାର ଯାଞ୍ଚ ପାଇଁ କ୍ୟାପଟେନ ଏସ୍ ଚହରଙ୍କ ନେତୃତ୍ୱରେ ଏକ ପାଞ୍ଚ ଜଣିଆ ଟିମ୍ ନିଯୁକ୍ତ କରିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯିବ ଏବଂ ଏକ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଗ୍ରହଣ କରାଯାଇଥିବା ସମୟ ସୀମା ପୂର୍ବରୁ ରିପୋର୍ଟ ଦାଖଲ ହେବ ବୋଲି ଆଶା କରାଯାଉଛି।

ABOUT THE AUTHOR

...view details