ଓଡିଶା

odisha

By

Published : Aug 11, 2019, 5:27 PM IST

ETV Bharat / bharat

କେରଳ ବନ୍ୟା: 60 ଛୁଇଁଲା ମୃତ୍ୟୁସଂଖ୍ୟା

କେରଳରେ ବନ୍ୟାର କରାଳ ରୂପ । ରବିବାର ମୃତ୍ୟୁ ସଂଖ୍ୟା 60କୁ ପହଞ୍ଚିଛି ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ

ଥିରୁଅନନ୍ତପୁରମ: କେରଳରେ ଜାରି ରହିଛି ବନ୍ୟାର କରାଳ ପରିସ୍ଥିତି । ରବିବାର ମୃତ୍ୟୁ ସଂଖ୍ୟା 60କୁ ପହଞ୍ଚିଥିବା ସୂଚନା ମିଳୁଛି । ଅନ୍ୟପଟେ ପ୍ରାୟ 2.27 ଲକ୍ଷ ପ୍ରଭାବିତଙ୍କୁ ବନ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯାଇଛି ।

ତେବେ ବନ୍ୟାର ଗ୍ରାଉଣ୍ଡ ଜିରୋ ରିପୋର୍ଟ ପରିଖିବାକୁ ମୁଖମନ୍ତ୍ରୀ ପିନାରାଇ ବିଜୟାନ ସମସ୍ତ ଜିଲ୍ଲାପାଳଙ୍କୁ ନେଇ ରବିବାର ଏକ ବୈଠକ ଡାକିଥିଲେ । ଅନ୍ୟପଟେ ଭାରତୀୟ ପାଣିପାଗ ବିଭାଗ ରାଜ୍ୟର 3 ଜିଲ୍ଲା କନ୍ନୌର, କାଶରଗୋଡା ଓ ୱାଇନାଡରେ ରେଡ ଆର୍ଲଟ ଜାରି କରିଛନ୍ତି ।

ତେବେ ଆଜି ମଧ୍ୟ ଅନେକ ସ୍ଥାନରେ ବର୍ଷା ଜାରି ରହିଥିବା ବେଳେ କୋଝିକୋଡ୍‌ ଜିଲ୍ଲାରେ ସର୍ବାଧିକ 21ସେଣ୍ଟିମିଟର ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ଆଜି ଅପରାହ୍ନରେ କଂଗ୍ରେସ ନେତା ରାହୁଲ ଗାନ୍ଧି ଦୁଇ ଦିନିଆ କେରଳ ଗସ୍ତରେ ଆସି ନିଜ ନିର୍ବାଚନ ମଣ୍ଡଳୀ ୱାଇନାଡରେ ସ୍ଥିତି ପରିଖିଛନ୍ତି ।

ABOUT THE AUTHOR

...view details