ଓଡିଶା

odisha

ETV Bharat / bharat

ଆତଙ୍କୀ ଅଫଜଲ ଗୁରୁର ଶ୍ରାଦ୍ଧବାର୍ଷିକୀ: ହାଇଆଲର୍ଟ ସହ ଜମ୍ମୁ-କଶ୍ମୀରରେ ୨ଜି ସେବା ବନ୍ଦ - ହାଇ ଆଲର୍ଟ ସହ ଜମ୍ମୁ-କଶ୍ମୀରରେ ୨ଜି ସେବା ବନ୍ଦ

ରବିବାର ଜମ୍ମୁ-କାଶ୍ମୀରେ ଅଫଜଲ ଗୁରୁର ଶ୍ରାଦ୍ଧ ବାର୍ଷିକୀ ପାଳନ କରିବା ନେଇ ସୂଚନା ରହିଛି । ଏହାକୁ ଆଖି ଆଗରେ ରଖି ସମଗ୍ର ଘାଟିରେ ପ୍ରଶାସନ ପକ୍ଷରୁ 2ଜି ଇଣ୍ଟରନେଟ ସେବା ଉପରେ ରୋକ ଲଗାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଅଧିକ ପଢନ୍ତୁ...

ଫାଇଲ ଫଟୋ
ଫାଇଲ ଫଟୋ

By

Published : Feb 9, 2020, 12:16 PM IST

ଶ୍ରୀନଗର: ୨୦୦୧ ମସିହା ଡିସେମ୍ଵର ୧୩ ତାରିଖରେ ସଂସଦ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଅଫଜଲ ଗୁରୁକୁ 2013 ମସିହାରେ ଆଜିର ଦିନରେ ଫାଶୀ ଦିଆଯାଇଥିଲା । ରବିବାର ଜମ୍ମୁ-କାଶ୍ମୀରେ ଅଫଜଲ ଗୁରୁର ଶ୍ରାଦ୍ଧ ବାର୍ଷିକୀ ପାଳନ କରିବା ନେଇ ସୂଚନା ରହିଛି । ଏହାକୁ ଆଖି ଆଗରେ ରଖି ସମଗ୍ର ଘାଟିରେ ପ୍ରଶାସନ ପକ୍ଷରୁ 2ଜି ଇଣ୍ଟରନେଟ ସେବା ଉପରେ ରୋକ ଲଗାଯାଇଛି । ଏହାସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।

ସୂଚନା ଅନୁସାରେ ଗତ କିଛି ଦିନ ପୂର୍ବରୁ ଗୁଇନ୍ଦା ବିଭାଗ ଆଲର୍ଟ ଜାରି କରିଥିଲା । ପାକିସ୍ତାନ ଜାମ୍ମୁ-କାଶ୍ମୀରରେ ଫେବୃଆରୀ ମାସରେ ବଡ ଧରଣର ଆତଙ୍କୀ ଯୋଜନା କରୁଥିବା ସୂଚନା ଦେଇଥିଲା । ଏବେ ଏହାକୁ ନେଇ ଘାଟିରେ ସୁରକ୍ଷା ବ୍ୟବସ୍ଥା କଡା କରିଦିଆଯାଇଛି । ଯାଞ୍ଚ ବ୍ୟବସ୍ଥା ଠାରୁ ଆରମ୍ଭ କରି ସମସ୍ତ ପୋଲିସ ଷ୍ଟେସନକୁ ସତର୍କ କରାଯାଇଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ୨୦୦୧ ମସିହା ଡିସେମ୍ଵର ୧୩ ତାରିଖରେ ସଂସଦ ଉପରେ ହୋଇଥିବା ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ଅଫଜଲ ଗୁରୁ । ୫ ଜଣ ଆତଙ୍କବାଦୀ ଭାରତୀୟ ସଂସଦ ଉପରେ ଆକ୍ରମଣ କରିଥିଲେ। ଯେଉଁଥିରେ ୮ ଜଣ ସୁରକ୍ଷାକର୍ମୀ ଓ ଜଣେ ମାଳିଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହେବା ପରେ 2013ରେ ତିହାର ଜେଲରେ ଅଫଜଲ ଗୁରୁକୁ ଫାଶୀ ଦିଆଯାଇଥିଲା ।

ABOUT THE AUTHOR

...view details