ହାଇଦ୍ରାବାଦ: କୋଭିଡ 19 ପାଇଁ ବର୍ତ୍ତମାନ ଏକ ଜଟିଳ ପରିସ୍ଥିତି ଭାବେ ଉପସ୍ଥିତ ହୋଇଛି । ଏନେଇ ସମସ୍ତେ ନିଜ ନିଜ ଘରେ ବନ୍ଦ ରହିଛନ୍ତି । ଏପରିକି ଅର୍ଥନୀତିରେ ମଧ୍ୟ ଦେଶ ବିପୁଳ କ୍ଷତି ସହିଛି । ଆଉ ଏପରି ପରିସ୍ଥିତି କାରଣରୁ ବେକାରୀ ସମସ୍ୟା ମଧ୍ୟ ଦେଖାଦେଇଛି । କେବଳ ଭାରତ ନୁହେଁ ଲକଡାଉନ କାରଣରୁ ସମଗ୍ର ବିଶ୍ବ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଛି । ବ୍ୟବସାୟ ବନ୍ଦ ହୋଇଛି । ଦରମା ହ୍ରାସ କରାଯାଉଛି । ଏପରିକି କର୍ମଚାରୀଙ୍କୁ ବରଖାସ୍ତ କରିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।
ଏହି ଭୟଙ୍କର ପରିସ୍ଥିତିରେ ଲୋକମାନେ ବହୁତ ଚାପଗ୍ରସ୍ତ ମଧ୍ୟ ରହୁଛନ୍ତି । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ଘଟିଛି ତେବେ ସାବଧାନ ଏସବୁ ଆପଣଙ୍କ ମାନସିକ ଶାନ୍ତି ନଷ୍ଟ କରିପାରେ । ତେଣୁ ବର୍ତ୍ତମାନ ଏପରି ସମୟରେ ଆପଣଙ୍କ କେବଳ ଧୈର୍ଯ୍ୟର ସହ ମୁକାବିଲା କରିବାକୁ ହେବ ।
ଯଦି ଆପଣ COVID 19 ହେତୁ ଚାକିରୀ ହରାନ୍ତି ତେବେ କଣ କରିବେ?
ଏଭଳି ସ୍ଥିତିରେ ଭୟଭୀତ ହୁଅନ୍ତୁ ନାହିଁ କାରଣ ଏପରି କରିବା ଦ୍ବାରା ଆପଣଙ୍କ କାମ ଫେରି ଆସିବ ନାହିଁ ବରଂ ଏହା ଆପଣଙ୍କୁ ଅଧିକ ଚିନ୍ତାଗ୍ରସ୍ତ କରାଇବ । ତେଣୁ, ଶାନ୍ତ ରହିବା ସହ ପରିସ୍ଥିତିକୁ କିପରି ନିୟନ୍ତ୍ରଣ କରିବେ ସେ ବିଷୟରେ ଚିନ୍ତା କରନ୍ତୁ ।
- ନିଜ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏନେଇ ଏକ ଲିଷ୍ଟ ପ୍ରସ୍ତୁତ କରନ୍ତୁ । କେବଳ ଅତ୍ୟାବଶ୍ୟକ ସାମଗ୍ରୀରେ ହିଁ ନିଜ ଅର୍ଥ ଖର୍ଚ୍ଚ କରନ୍ତୁ ।