ନୂଆଦିଲ୍ଲୀ: ଆୟକର ରିଟର୍ଣ୍ଣ ଦାଖଲ କରିବାର ଶେଷ ତାରିଖ ହେଉଛି 31 ଅଗଷ୍ଟ ଶନିବାର । ଏହାର ଅବଧି ବଢାଯିବା ନେଇ ସୋସିଆଲ ମିଡିଆରେ ପ୍ରକାଶିତ ହେଉଥିବା ଖବରକୁ ଖାରଜ କରିଛି ଆୟକର ବିଭାଗ।
ଆଜି ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିନ
ଆଇଟି ରିଟର୍ଣ୍ଣର ଦାଖଲ କରିବାର ଅନ୍ତିମ ତାରିଖ ହେଉଛି 31 ଅଗଷ୍ଟ ଶନିବାର । ଏହାର ଅବଧି ବଢିଥିବା ନେଇ ସୋସିଆଲ ମିଡିଆରେ ପ୍ରକାଶିତ ହୋଇଥିବା ଖବରକୁ ଖାରଜ କରିଛି ଆୟକର ବିଭାଗ ।
ଫଟୋ ସୌଜନ୍ୟ: @IncomeTaxIndia
ଏନେଇ କୁହାଯାଇଛି ଯେ, ଆଇଟି ରିଟର୍ଣ୍ଣର ଅନ୍ତିମ ତାରିଖ 31 ଅଗଷ୍ଟ ହୋଇଥିବା ବେଳେ, ଏହି ଦିନ ମଧ୍ୟରେ ଆୟକର ଦାଖଲ କରିଦେବାକୁ କରଦାତାଙ୍କୁ ପରାମର୍ଶ ଦିଆଯାଇଛି। 2018-19 ପାଇଁ ଆୟକର ରିଟର୍ଣ୍ଣ ଦାଖଲ କରିବାର ତାରିଖ ଚଳିତ ବର୍ଷ 23 ଜୁଲାଇ ପର୍ଯ୍ୟନ୍ତ ଥିଲା । ଏହାକୁ ବଢାଇ 31 ଅଗଷ୍ଟ କରାଯାଇଥିଲା।