ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଚାନ୍ଦବାଗ ପୁଲିୟା ଅଞ୍ଚଳରୁ ଠାବ ହେଲା ଆଇବିର ଜଣେ ସୁରକ୍ଷାକର୍ମୀଙ୍କ ମୃତଦେହ । ପୁଲିୟା ଅଞ୍ଚଳର ଏକ ଡ୍ରେନରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଦିଲ୍ଲୀର ଭିଡ ହିଂସା ଦ୍ବାରା ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ଅଙ୍କିତ ଶର୍ମା ବୋଲି ଜଣାପଡିଛି । ସେ ଆଇବିରେ ଇଣ୍ଟେଲିଜେନ୍ସ ସୁରକ୍ଷାକର୍ମୀ ବା କନେଷ୍ଟବଳ ଭାବେ ନିୟୋଜିତ ଥିଲେ ।
ହିଂସାରେ ଆଇବିରେ ଇଣ୍ଟେଲିଜେନ୍ସ ସୁରକ୍ଷାକର୍ମୀଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । ସେ ଟ୍ବିଟ କରି ଲେଖିଛନ୍ତି ଯେ ଏହା ଦୁଃଖଦ କ୍ଷତି । ଦିଲ୍ଲୀବାସୀଙ୍କ ଏପରି ଅବସ୍ଥା ଦେଖି କଷ୍ଟ ଲାଗୁଛି । ଏହି ଦୁଃଖରୁ ମୁକ୍ତି ପାଇବା ପାଇଁ ପ୍ରାର୍ଥନା କରୁଛି ।