ଲକ୍ଷ୍ମୌ: କୋରୋନା ଆତଙ୍କ ଭିତରେ ବାଦୁଡି ମଡକକୁ ନେଇ ଭୟର ବାତାବରଣ। 300ରୁ ଉର୍ଦ୍ଧ୍ବ ବାଦୁଡିଙ୍କ ମର ଶରୀର ପଡିଛି ଏକ ଆମ୍ବ ବଗିଚାରେ। ଉତ୍ତରପ୍ରଦେଶ ଗୋରଖପୁର ଡେଲଘାଟ ଅଞ୍ଚଳରେ ଲୋକମାନେ ବର୍ତ୍ତମାନ ସମୟରେ ବାଦୁଡି ମଡକ ନେଇ ଚିନ୍ତାରେ।
ମହାମାରୀ କୋରୋନା ସୃଷ୍ଟି ପଛର ଅନ୍ୟତମ କାରଣ ବାଦୁଡି ବୋଲି କଳ୍ପନା ଜଳ୍ପନା ଜାରି ରହିଥିବା ବେଳେ ବାଦୁଡି ମର ଶରୀର ବିକ୍ଷିପ୍ତ ହୋଇ ଆମ୍ବ ବଗିଚାରେ ପଡିବା ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ଏହି ଖବର ପ୍ରଶାସନ ନିକଟରେ ପହଁଞ୍ଚିବା ପରେ ତତ୍ପରତା ପ୍ରକାଶ ପାଇଛି। ସ୍ଥାନୀୟ ପ୍ରଶାସନ ମର ଶରୀର ପଡିଥିବା ସ୍ଥାନରେ ପହଁଛି ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛି।