ଓଡିଶା

odisha

ETV Bharat / bharat

କିଛି ସମୟରେ ଡିସିଜିଆଇର ସାମ୍ବାଦିକ ସମ୍ମିଳନୀ, କୋଭିଡ ଟୀକା ନେଇ ହୋଇପାରେ ବଡ ଘୋଷଣା

ଦେଶରେ ଅକ୍ସଫୋର୍ଡ ଟୀକା ଓ ସ୍ବଦେଶୀ କୋରୋନା ଟୀକା କୋଭାକ୍ସିନକୁ ଜରୁରୀକାଳିନ ଅନୁମିତ ପରେ ଆଜି ଡିସିଜିଆଇର ସାମ୍ବାଦିକ ସମ୍ମିଳନୀ । ଅଧିକ ପଢନ୍ତୁ...

ଡିସିଜିଆଇର 11ଟା ସାମ୍ବାଦିକ ସମ୍ମିଳନୀ
ଡିସିଜିଆଇର 11ଟା ସାମ୍ବାଦିକ ସମ୍ମିଳନୀ

By

Published : Jan 3, 2021, 10:24 AM IST

ନୂଆଦିଲ୍ଲୀ: କୋଭିଡ ଟୀକା ନେଇ ଆଜି ବଡ ଘୋଷଣା ହୋଇପାରେ । ପୂର୍ବାହ୍ନ 11ଟାରେ ଡିସିଜିଆଇର ସାମ୍ବାଦିକ ସମ୍ମିଳନୀ । ବର୍ଷ ଆରମ୍ଭରୁ ଅକ୍ସଫୋର୍ଡ ଟିକାକୁ ଗ୍ରୀନ ସିଗନାଲ ମିଳିବା ପରେ ଶନିବାର ସ୍ବଦେଶୀ ଟୀକା କୋଭାକ୍ସିନ ବ୍ୟବହାର ପାଇଁ ଅନୁମତି ମିଳିଛି ।

ଶନିବାର ଭାରତର କେନ୍ଦ୍ରୀୟ ଔଷଧୀ ପ୍ରାଧିକରଣ ଏକ ବିଶେଷଜ୍ଞ କମିଟି(ଏସଇସି) ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ(ଏସଆଇ) ଓ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟିକା କୋଭାକ୍ସିନକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି । ଶୁକ୍ରବାର ସିଡିଏସସିଓର କୋଭିଡ-19 ସମ୍ପର୍କିତ ଏକ ବିଶେଷଜ୍ଞ କମିଟି(ଏସଇସି) ଅକ୍ସଫୋର୍ଡର କୋରୋନା ଟିକାକୁ ଭାରତରେ ମଞ୍ଜୁରୀ ଦେଇଛି । ଏଭଳି ସ୍ଥିତିରେ ଡିସିଜିଆଇର ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛି ।

ଫଳରେ ଭାରତରେ ଏବେ କୋଭିଡ-19 ଟିକା ଆସିବା ନେଇ ରାସ୍ତା ସଫା ହୋଇଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରଣାଳୟ ଶନିବାର ସ୍ପଷ୍ଟ କରିଛି ଯେ, ସିଡିଏସିଓର ବିଶେଷଜ୍ଞ କମିଟି ଭାରତରେ କୋଭିସିଲ୍ଡର ସୀମିତ ଜରୁରୀକାଳିନ ବ୍ୟବହାର ଲାଗି ସେରମକୁ ଅନୁମତି ଦେଇଛି । ତେବେ କୋଭିଡ ଟୀକା ବ୍ୟବହାରରେ ଶେଷ ନିଷ୍ପତ୍ତି ଡିସିଜିଆଇର ନେବ ।

ସୂଚନାଯୋଗ୍ୟ, ଜାନୁଆରୀ 2 ତାରିଖରୁ ଦେଶବ୍ୟାପୀ କୋରୋନା ଟିକାର ଡ୍ରାଏ ରନ ଆରମ୍ଭ ହୋଇଯାଇଛି । ଦେଶର 116 ଜିଲ୍ଲାର 256 ସ୍ଥାନରେ ମକଡ୍ରିଲ କରାଯାଇଥିଲା । ଅନ୍ୟପଟେ ଦିଲ୍ଲୀରେ ଡ୍ରାଏ ରନର ସମୀକ୍ଷା କରି ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସାରା ଭାରତରେ ମାଗାଣରେ କୋଭିଡ ଟିକା ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ ।

ABOUT THE AUTHOR

...view details