ଲକ୍ଷ୍ନୌ: ବିଜେପି ବିଧାୟକ ରାଜେଶ ମିଶ୍ରାଙ୍କ ଝିଅ ସାକ୍ଷୀ ମିଶ୍ରାଙ୍କ ବିବାହ ମାମଲା ଏବେ ସାରା ଦେଶରେ ଚର୍ଚ୍ଚା । ଗୋଟିଏ ପକ୍ଷରେ ସାକ୍ଷୀ ଜଣେ ଦଳିତ ପୁଅକୁ ବିବାହ କରିବାରୁ ପିତାଙ୍କଠାରୁ ଧମକ ମିଳୁଥିବା ଅଭିଯୋଗ କରୁଛନ୍ତି । ଅନ୍ୟପକ୍ଷରେ ଦଳିତଙ୍କୁ ବିବାହ କଲେ ସରକାର ଦେଉଛନ୍ତି ଟଙ୍କା।
ଗତବର୍ଷ ଲୋକସଭାର ପ୍ରଶ୍ନକାଳରେ ଆଲୋଚନା ଚାଲିଥିବା ବେଳେ ସେତେବେଳର ସାମାଜିକ ନ୍ୟାୟ ରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଜାତିଗତ ଭେଦଭାବକୁ ସମାପ୍ତ କରିବା ପାଇଁ କେନ୍ଦ୍ର ସରକାର ଆନ୍ତଃଜାତି ବିବାହକୁ ପ୍ରୋତ୍ସାହିତ କରିଛନ୍ତି। ପତି କିମ୍ବା ପତ୍ନୀ ମଧ୍ୟରୁ କେହି ଜଣେ ବି ଅନୁସୂଚିତ ଜାତିର ହୋଇ ଥିଲେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଢେଇଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।