ଓଡିଶା

odisha

ETV Bharat / bharat

ଭାଙ୍ଗିଲେ ପରମ୍ପରା,ଶାଶୂଙ୍କ ଶେଷକୃତ୍ୟ କଲେ ଚାରି ବୋହୂ - daughter-in-law carry mother-in-law's body

ଭାଙ୍ଗିଲେ ପୂର୍ବରୁ ପାଳନ ହୋଇଆସୁଥିବା ପରମ୍ପରା । ଶାଶୂଙ୍କୁ ନିଜ କାନ୍ଧରେ ବୋହି ନେଇଛନ୍ତି ମଶାଣୀ । ଏହି ଘଟଣା ଘଟିଛି ମହାରାଷ୍ଟ୍ରର ବିଡି ସିଟିର କାଶୀନାଥ ନଗରରେ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

By

Published : Sep 12, 2019, 2:10 PM IST

Updated : Sep 12, 2019, 2:33 PM IST


ମୁମ୍ବାଇ: ସମାଜରେ ଚିରାଚରିତ ପରମ୍ପରାକୁ ଭାଙ୍ଗିଲେ ଚାରି ବୋହୂ । ପରମ୍ପରା ଅନୁସାରେ ପିତା ଅନ୍ତ୍ୟଷ୍ଟି କ୍ରିୟା ପୁଅ ହିଁ କରିଥାନ୍ତି । ଆଉ ବଡ ପୁଅ ହିଁ ଶେଷ ସମୟରେ ଦେଇଥାଏ ମୁଖାଗ୍ନି। ହେଲେ ଏହି ପରମ୍ପରା ଓ ନିୟମକୁ ଭାଙ୍ଗି ଶାଶୂଙ୍କର ଶେଷକୃତ୍ୟ ଅନ୍ୟ ପାଇଁ ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ର କାଶୀନାଥ ନଗରର ଚାରି ବୋହୂ ।

ବିଡ ସିଟି କାଶୀନାଥ ନଗରର ସୁନ୍ଦରବାଈ ଦାଗୁଡୁଙ୍କର 83 ବର୍ଷରେ ଦେହାନ୍ତ ହୋଇଥିଲା । ତାଙ୍କର ମୃତ୍ୟୁରେ ପୁରା ପରିବାର ଭାଙ୍ଗିପଡିଥିଲେ । ସୁନ୍ଦରବାଇ ବଞ୍ଚିଥିବା ବେଳେ ନିଜ ବୋହୂଙ୍କୁ ନିଜର ଝିଅ ଭଳି ଦେଖୁଥିଲେ । କେବେ ବେ ସେମାନଙ୍କ ଭିତରେ ବାଛ ବିଚାର କରିନାହାଁନ୍ତି । ଅନ୍ୟପଟେ ବୋହୂ ମଧ୍ୟ ଶାଶୂଙ୍କୁ ଖୁବ ଭଲ ପାଉଥିଲେ । ତାଙ୍କର ମୃତ୍ୟୁ ପରେ ମଶାଣିକୁ ନିଜେ କାନ୍ଧେଇ ନେବେ ବୋଲି ପରିବାର ଆଗରେ ପ୍ରସ୍ତାବ ରଖିଥିଲେ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ପରମ୍ପରା ଅନୁସାରେ ଝିଅ ବୋହୂ ମଶାଣିରେ ପାଦ ରଖନ୍ତି ନାହିଁ । ହେଲେ ଏହି ଚାରି ବୋହୂ ସବୁ ନିୟମ ଭଙ୍ଗ କରି ଶାଶୂଙ୍କ ଶେଷକୃତ୍ୟ କରିଥିଲେ । ଏହି ଘଟଣା ବିଡ ସିଟିରେ ପ୍ରଥମ ଥର ହୋଇଛି ବୋଲି କହୁଛନ୍ତି ସ୍ଥାନୀୟ ବାସିନ୍ଦା । ପରମ୍ପରା ଭାଙ୍ଗିଛନ୍ତି ସତ, ପୁଅଙ୍କ ଭଳି ଝିଅ ମଧ୍ୟ ସମାନ ଅଧିକାର ପାଇବାକୁ ହକଦାର ବୋଲି ସମାଜକୁ ବାର୍ତ୍ତା ଦେଇଛନ୍ତି ମୃତ ସୁନ୍ଦରବାଈଙ୍କ ଚାରି ବୋହୂ।

Last Updated : Sep 12, 2019, 2:33 PM IST

For All Latest Updates

TAGGED:

ABOUT THE AUTHOR

...view details