ନୂଆଦିଲ୍ଲୀ: ହଜ ଯାତ୍ରୀଙ୍କ ପାଇଁ ଖୁସି ଖବର । ହଜ ଯାତ୍ରା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାର ସମୟସୀମା ବଢାଇ ଦିଆଯାଇଛି । 2020 ରେ ହେବାକୁ ଥିବା ହଜ ଯାତ୍ରା ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 10 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ଏବେ କିନ୍ତୁ ଏହାର ସମୟସୀମା 25 ଦିନ ବଢାଇଦିଆଯାଇଛି । ଆବେଦନ କରିବାର ଅନ୍ତିମ ଦିନ ହେଉଛି ଡିସେମ୍ବର 5 ତାରିଖ ।
ଘୁଞ୍ଚିଲା ହଜ ଯାତ୍ରା ପାଇଁ ଆବେଦନ ପ୍ରକ୍ରିୟାର ସମୟସୀମା - ହଜ ଯାତ୍ରା ପାଇଁ ଆବେଦନ ପ୍ରକ୍ରିୟାର ସମୟସୀମା ଘୁଞ୍ଚିଲା
ହଜ ଯାତ୍ରା ପାଇଁ ଅନଲାଇନ ଆବେଦନ ପ୍ରକ୍ରିୟାର ସମୟସୀମା ବଢାଇ ଦିଆଯାଇଛି । 2020 ରେ ହେବାକୁ ଥିବା ହଜ ଯାତ୍ରା ପାଇଁ ଆବେଦନ ପ୍ରକ୍ରିୟା ସେପ୍ଟେମ୍ବର 10 ତାରିଖରୁ ଆରମ୍ଭ ହୋଇ ନଭେମ୍ବର 10 ତାରିଖ ପର୍ଯ୍ୟନ୍ତ ରଖାଯାଇଥିଲା । ଏବେ କିନ୍ତୁ ଏହାର ସମୟସୀମା ବଢିଯାଇ ଡିସେମ୍ବର 5 ତାରିଖ ପର୍ଯ୍ୟନ୍ତ ରଖାଯାଇଛି ।
ଦିଲ୍ଲୀ ରାଜ୍ୟ ହଜ କମିଟି ପକ୍ଷରୁ ଅନଲାଇନ ଆବେଦନ କରିବା ପାଇଁ ଏକ କେନ୍ଦ୍ର ମଧ୍ୟ ଖୋଲିଛି । ଏହି କମିଟିର ଏକଜିକ୍ୟୁଟିଭ ଅଫିସର ଡକ୍ଟର ଅଶଫାକ ଅହମଦଙ୍କ କହିବା କଥା ହେଲା, ଦିଲ୍ଲୀରୁ ଏପର୍ଯ୍ୟନ୍ତ 4500 ଆବେଦନ ପତ୍ର ଦାଖଲ ହୋଇଛି । ସେପଟେ ଗତ ବର୍ଷକୁ ଯଦି ତୁଳନା କରିବା ଚଳିତ ବର୍ଷର ଆବେଦକ ସଂଖ୍ୟା କମିଯାଇଛି । ଆବେଦକ ସଂଖ୍ୟା କମିଥିବା ସରକାର 4 ଥର ଆବେଦନ କରିବା ନିୟମକୁ ସମାପ୍ତ କରିଦେଇଛନ୍ତି ।
ପୂର୍ବ ବର୍ଷ ହଜ ଯାତ୍ରୀ ଯାତ୍ରା ପାଇଁ 4ରୁ 5ଥର ନିବେଦନ କରିପାରୁଥିଲା । ଆଉ ବିନା ବାତିଲରେ ମଧ୍ୟ ଯାତ୍ରା କରିପାରୁଥିଲେ । ହେଲେ ଚଳିତ ବର୍ଷ ସମସ୍ତ ସୁବିଧାକୁ ବନ୍ଦ କରିଦିଆଯାଇଛି । ତେଣୁ ଆବେଦକଙ୍କ ସଂଖ୍ୟା କମିଯାଇଛି । ଦେଶରେ ଆର୍ଥିକ ସ୍ଥିତି ମାନ୍ଦା ଏବଂ ଦରଦାମ ବୃଦ୍ଧି ଘଟିଥିବା ଯୋଗୁଁ ସରକାର ଏପରି ନିୟମ କରିଛନ୍ତି ।
TAGGED:
Haj pilgrimage