ଓଡିଶା

odisha

ETV Bharat / bharat

ଜମ୍ମୁ-କାଶ୍ମୀର ଓ ଲଦାଖରେ ଘୁଞ୍ଚିଲା ଆୟକର ଦାଖଲ ତାରିଖ

ଲଦାଖ, ଜମ୍ମୁ ଓ କାଶ୍ମୀରେର ଆୟକର ଜମା କରିବାର ତାରିଖକୁ ବଢାଇଛନ୍ତି କେନ୍ଦ୍ରୀୟ କରଦାତା କମିଟି (ସିବିଡ଼ିଟି) । 2020 ଜାନୁୟାରୀ 31 ପର୍ଯ୍ୟନ୍ତ ଆୟକର ଦାଖଲ ତାରିଖ ଘୁଞ୍ଚିଲା ।

j-and-k-ladakh
j-and-k-ladakh

By

Published : Dec 25, 2019, 4:51 PM IST

ନୂଆଦିଲ୍ଲୀ: କାଶ୍ମୀର ଘାଟିରେ ସାଧାରଣ ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିଛି କେନ୍ଦ୍ରୀୟ କରଦାତା କମିଟି (ସିବିଡିଟି) । ଜମ୍ମୁ ଓ କାଶ୍ମୀର, ଲଦାଖ ଦୁଇ କେନ୍ଦ୍ରଶାସିତ ଅଞ୍ଚଳରେ ଆୟକର ଜମା ତାରିଖକୁ ଘୁଞ୍ଚାଇଛନ୍ତି । ଏହି ତାରିଖକୁ 2020 ଜାନୁୟାରୀ 31 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ଆୟକର କମିଟି ।

ଜମ୍ମୁ କାଶ୍ମୀରର କିଛି ଅଞ୍ଚଳରେ ପରିସ୍ଥିତି ଠିକ ନଥିବା ହେତୁ ସେଠାରେ ଇଣ୍ଟରନେଟ ସେବାରେ କିଛି ସମସ୍ୟା ରହିଥିଲା । ସିବିଡ଼ିଟି ଜୁଲାଇ 23, 27 ଓ 31 ଅକ୍ଟୋବରରେ ଆୟକର ଦାଖଲ ତାରିଖ ସ୍ଥିର କରିଥିଲେ । କିନ୍ତୁ କିଛି ଅସୁବିଧାକୁ ଉଲ୍ଲେଖ କରିବା ସହିତ ଅଧିନିୟମ ଧାରା 119 ଅନୁଯାୟୀ ଏହି ତାରିଖକୁ ପରିବର୍ତ୍ତନ କରିଛନ୍ତି ।

ABOUT THE AUTHOR

...view details