ଓଡିଶା

odisha

ETV Bharat / bharat

ଛୋଟ ପିଲାଙ୍କ ମୃତ୍ୟୁ ସହ ଖେଳ - CHILDREN IN JAGDALPUR

ଛୋଟ ପିଲାଙ୍କ ମୃତ୍ୟୁ ସହ ଖେଳ । ନାଳକୁ ଡେଇଁ ଷ୍ଟଣ୍ଟ କରୁଥିବାର ଏକ ଭିଡ଼ିଏ ଏବେ ଭାଇରାଲ ହେବାରେ ଲାଗିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Aug 4, 2019, 2:22 AM IST

ଜଗଦଲପୁର: ଛୋଟ ପିଲାଙ୍କ ମୃତ୍ୟୁ ସହ ଖେଳ । ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଛୋଟପିଲାମାନେ ବିପଜ୍ଜନକ ଷ୍ଟଣ୍ଟ କରୁଥିବାର ଦେଖିବାକୁ ମିଳିଛି । ଏହି ଘଟଣା ଗୌରିଆବାହାର ଅଞ୍ଚଳ ଦେଇ ଯାଇଥିବା 26 ନମ୍ବର ଜାତୀୟ ରାଜପଥ ଉପରେ ହୋଇଥିବା ପୋଲ ଉପରେ ଦେଖିବାକୁ ମିଳିଛି ।

ନଦୀକୁ ଡେଉଁଥିବାର ଦୃଶ୍ୟ

ସୁଚନାମୁତାବକ ବର୍ତ୍ତମାନ ଛତିଶଗଡ଼ରେ ବିଗତ ଦୁଇ ଦିନ ଧରି ଲଗାତାର ବର୍ଷା ଜାରି ରହିଛି । ଏହି କାରଣରୁ ରାଜ୍ୟରେ ଥିବା ନଦୀ, ନାଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ଏହି ଜଳପୂର୍ଣ୍ଣ ନାଳକୁ କିଛି ପିଲା ପୋଲ ଉପରୁ ଲମ୍ଫ ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଡେଉଁଥିବା ଏହି ନାବାଳାକଙ୍କ ବୟସ 14 ବର୍ଷ ମଧ୍ୟରେ ବୋଲି ଜଣାପଡ଼ିଛି ।

ତେବେ ସେଠାରେ ଉପସ୍ଥିତ ଥିବା ଦୁଇ ଜଣ ଯୁବକ ଦୁଇ ନାବାଳକଙ୍କୁ ନାଳରୁ ଉଦ୍ଧାର କରିଥିବା ଜଣାପଡ଼ିଛି । ଏପରି ଘଟଣାରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି ।

ABOUT THE AUTHOR

...view details