ସମସ୍ତିପୁର(ବିହାର): ଘରୁ ବାହାରେ ରହି ସମସ୍ୟା ଭୋଗୁଛନ୍ତି ପ୍ରବାସୀ ଶ୍ରମିକ । ସେଥିପାଇଁ ସେମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣୁଛନ୍ତି ସରକାର । ଆସିଲେ ପ୍ରଥମେ କ୍ବାରେଣ୍ଟାଇନ ସେଣ୍ଟରରେ ରହୁଛନ୍ତି । ଏଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ସହ ରହିବାର ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଛି ।
କ୍ବାରେଣ୍ଟାଇନ ସେଣ୍ଟରରେ ଶ୍ରମିକଙ୍କ ମନୋରଞ୍ଜନ କରୁଛନ୍ତି ଡ୍ୟାନ୍ସର - ବିହାର ଖବର
କ୍ବାରେଣ୍ଟାଇନ ସେଣ୍ଟରରେ ଚାଲିଛି ମନୋରଞ୍ଜନ ପ୍ରୋଗ୍ରାମ । ଉପଭୋଗ କରୁଛନ୍ତି ସମସ୍ତ ଶ୍ରମିକ । ଅଧିକ ପଢନ୍ତୁ...
କିନ୍ତୁ ଏତିକି ସୁବିଧା ବୋଧେ ସେମାନଙ୍କୁ ପସନ୍ଦ ଆସିନାହିଁ । ସେଥିପାଇଁ ତ କ୍ବାରେଣ୍ଟାଇନ ସେଣ୍ଟରରେ ଚାଲିଛି ମନୋରଞ୍ଜନ ପ୍ରୋଗ୍ରାମ । ଉପଭୋଗ କରୁଛନ୍ତି ସମସ୍ତ ଶ୍ରମିକ । ଏଦୃଶ୍ୟ ବିହାର ସମସ୍ତିପୁର ଜିଲ୍ଲା କାର୍ରଖ ଗାଁର । ଯେଉଁଠାରେ କ୍ବାରେଣ୍ଟାଇନ ସେଣ୍ଟରରେ ପ୍ରବାସୀ ଶ୍ରମିକ ରହିଥିବାବେଳେ ସେମାନଙ୍କ ମନୋରଞ୍ଜନ କରିବାକୁ ଆସିଛନ୍ତି କିଛି ମହିଳା ନୃତ୍ୟାଙ୍ଗନା । କ୍ବାରେଣ୍ଟାଇନ ସେଣ୍ଟରରେ ଏପରି ଅନୁମତି ନଥିବାବେଳେ ବାହାରୁ ଡ୍ୟାନ୍ସର କିପରି ଆସିଲେ ତାହା ଉପରେ ସମସ୍ତଙ୍କର ସନ୍ଦେହ ସୃଷ୍ଟି ହୋଇଛି ।
ତେବେ ଏନେଇ ସମସ୍ତିପୁର ଅତିରିକ୍ତ ଜିଲ୍ଲାପାଳ ରାଜୀବ ରଞ୍ଜନ ସିହ୍ନା କହିଛନ୍ତି ଯେ ବାହାରୁ କେହି ସେଠାରେ ମନୋରଞ୍ଜନ ପ୍ରୋଗ୍ରାମ କରିବେନି ବୋଲି ପ୍ରଶାସନ ନିର୍ଦ୍ଦେଶ ଦେଇଛି । ସେଣ୍ଟରରେ ଗୋଟିଏ ଟେଲିଭିଜନ ଲଗାଯାଇଛି । ତଥାପି ନିୟମ ଉଲ୍ଲଙ୍ଘନ ହୋଇଥିବାରୁ ଏହାର ତଦନ୍ତ ହେବ । ଦୋଷୀଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସୂଚନା ଦେଇଛନ୍ତି ।