ଲକ୍ଷ୍ନୌ: ଥମୁନି ଲଜ୍ଜା । ସୀମା ଲଙ୍ଘୁଛି ପାଶବିକତା। ହାସରଥ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ସାରା ଦେଶରେ ଅସନ୍ତୋଷରେ ନିଆଁ ଜଳୁଥିବାବେଳେ ପୁଣି ଉତ୍ତରପ୍ରଦେଶର କାନପୁର ଦେହତରେ ଘଟିଛି ଲଜ୍ଜା । ଜଣେ ଦଳିତ 22 ବର୍ଷିୟ ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ପୀଡିତାଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଅଧିକ ତଦନ୍ତ ଜାରି ରଖିଛି ।
ୟୁପିରେ ପୁଣି ଲଜ୍ଜା, ଦଳିତ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ - ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ
ୟୁପିରେ ଦଳିତ ମହିଳାଙ୍କୁ ଗଣଦୁଷ୍କର୍ମ । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର, ତଦନ୍ତ ଜାରି । ଅଧିକ ପଢନ୍ତୁ....
ୟୁପିରେ ପୁଣି ଲଜ୍ଜା ,ଦଳିତ ମହିଳାଙ୍କୁ ବନ୍ଧୁକ ଦେଖାଇ ଗଣଦୁଷ୍କର୍ମ
ସୂଚନା ଅନୁସାରେ, ଘରେ କେହି ନଥିବା ବେଳେ ମହିଳା ଜଣକ ଏକା ଥିବାର ସୁଯୋଗ ନେଇ ସ୍ଥାନୀୟ ଅଞ୍ଚଳର 2 ଜଣ ବ୍ୟକ୍ତି ମହିଳାଙ୍କୁ ଗଣଦୁଷ୍କର୍ମ କରିଥିଲେ । ପରେ ଏ ଘଟଣା ସମ୍ପର୍କରେ ଅନ୍ୟ କାହାରି ଆଗରେ କହିଲେ ଜୀବନରୁ ମାରି ଦେବାକୁ ଧମକ ମଧ୍ୟ ଦେଇଥିଲେ । ପରେ ଏନେଇ ପୀଡିତା ଜଣକ ପରିବାର ଲୋକଙ୍କ ଆଗରେ ସମସ୍ତ କଥା ବଖାଣି ଥିଲେ । ଏନେଇ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ ହୋଇଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ 3ଟି ଟିମ ଗଠନ କରିଛି ।
@IANS