ଭୋପାଳ: ମଧ୍ୟପ୍ରଦେଶରେ ଘଟିଛି ଲୋମହର୍ଷଣ ଘଟଣା । ଜମିବାଡ଼ି ବିବାଦାକୁ ନେଇ ଦଳିତ ମହିଳାଙ୍କୁ ଜାଳିଦେଇଛନ୍ତି ଦୁର୍ବୃତ୍ତ । ପ୍ରଥମେ ଉକ୍ତ ମହିଳାକୁ ମାଡ଼ ମାରିବା ପରେ କିରୋସିନ ଢାଳି ଜାଳିଦେଇଥିବା ଅଭିଯୋଗ । ଏପରି ଘଟଣା ଘଟିଛି ସତନା ଜିଲ୍ଲାର ନାଗୌଦା ତହସିଲ ଅନ୍ତ୍ରଭୁକ୍ତ ଗଞ୍ଜରା ଗ୍ରାମରେ ।
ଦଳିତ ମହିଳାଙ୍କୁ ଜୀବନ୍ତ ଜାଳିଦେଲେ ଦୁର୍ବୃତ୍ତ - ଦଳିତ ମହିଳା
ଜମିପାଇଁ ନେଲେ ଜୀବନ । ଦଳିତ ମହିଳାଙ୍କ ଫସଲକୁ ନଷ୍ଟ କରୁଥି୍ଲେ ଗ୍ରାମର କିଛି ଲୋକ । ଏହାକୁ ବିରୋଧ କରିବାରୁ ପ୍ରଥମେ ମାଡ ଏବଂ ପରେ କିରୋସିନ ଢାଳି ଜିଅନ୍ତା ଜାଳିଦେଇଥିବା ଅଭିଯୋଗ ।
ଅଭିଯୋଗ ଅନୁଯାୟୀ, ରାଧା ଅହିରବାର ନାମକ ଦଳିତ ମହିଳା ନିଜ ଜମିରେ ଫସଲ କରିଥିଲେ । କିନ୍ତୁ ଗ୍ରାମର କିଛି ଲୋକ ତାଙ୍କ ଫସଲ ନଷ୍ଟ କରୁଥିବା ସେ ଦେଖିବାକୁ ପାଇଥିଲେ ଏବଂ ପରେ ସେ ବିରେଧ କରିଥିଲେ । ଫସଲ ନଷ୍ଟ ନ କରିବାକୁ ରାଧା ଯେତେବେଳେ ରୋକିବା ଆରମ୍ଭ କଲେ, ସେତେବେଳେ କିଛି ଗୁଣ୍ଡା ଶ୍ରେଣୀର ଲୋକ ତାଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରିଥିଲେ । ପରେ ତାଙ୍କ ଉପରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ ଏମାନେ । ଯାହା ନିଜେ ମୃତ୍ୟୁ ପୂର୍ବରୁ ପୋଲିସ ଆଗରେ ବୟାନ ଦେଇଛନ୍ତି ରାଧା ।
ଗୁରୁତର ଅବସ୍ଥାରେ ପୋଲିସ ମହିଳାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲା । କିନ୍ତୁ ଡ଼ାକ୍ତର ପହଁଞ୍ଚିବା ବେଳକୁ ଆଖି ବୁଜିଦେଇଥିଲେ ରାଧା ଅହିରବାର ।