ଓଡିଶା

odisha

ETV Bharat / bharat

ଘୋଡାରେ ବସି ମାଡ ଖାଇଲେ ବର - ଘୋଡା

ବିକାନେର ଜିଲ୍ଲାର ବେଲସାର ଗାଁରେ ମେଘଓ୍ବାଲ ସମ୍ପ୍ରଦାୟର ଜଣେ ବର ବାହାଘରରେ ଘୋଡାରେ ବସିଥିବାରୁ ରାଜପୁତ ସମ୍ପ୍ରଦାୟର କିଛି ଲୋକ ଆପତ୍ତି କରିବା ସହ ବରକୁ ମାଡ ମାରିଥିବା ପୋଲିସ କହିଛି

ଫଟୋ ସୌଜନ୍ୟ: ଏଏନଆଇ

By

Published : May 17, 2019, 11:23 PM IST

Updated : May 17, 2019, 11:30 PM IST

ବିକାନେର: ରାଜସ୍ଥାନର ନପସର ଅଞ୍ଚଳର ଗୋଟିଏ ଗାଁରେ ଜଣେ ଅନୁସୂଚିତ ଜାତିର ବର ଘୋଡାରେ ବସିଥିବାରୁ ଉଚ୍ଚଜାତିର କିଛି ଲୋକ ତାକୁ ମାଡ ମାରିଥିବା ଅଭିଯୋଗ ହୋଇଛି। ବିକାନେର ଜିଲ୍ଲାର ବେଲସାର ଗାଁରେ ମେଘଓ୍ବାଲ ସମ୍ପ୍ରଦାୟର ଜଣେ ବର ବାହାଘରରେ ଘୋଡାରେ ବସିଥିବାରୁ ରାଜପୁତ ସମ୍ପ୍ରଦାୟର ଲୋକେ ଆପତ୍ତି ଜାହିର କରିବା ସହ ବରକୁ ମାଡ ମାରିଥିବା ପୋଲିସ କହିଛି।

ଗାଁରେ ବର ଘୋଡାରେ ବସି ଯିବାର କୌଣସି ପରମ୍ପରା ନଥିବା ରାଜପୁତ କହିଛନ୍ତି ବୋଲି ନପସର ଥାନାଧିକାରୀ ସୁମନ ପରିହାର ପ୍ରତିକ୍ରିୟା ଦେଇଛନ୍ତି । ଏଥିସହ ସେମାନେ ମେଘଓ୍ବାଲ ସମ୍ପ୍ରଦାୟର କିଛି ଲୋକଙ୍କୁ ମାଡ ମାରିବା ସହ ବରଯାତ୍ରୀର ଏକ ଗାଡିକୁ ଭାଙ୍ଗି ନଷ୍ଟ କରିଦେଇଛନ୍ତି ବୋଲି ସୁମନ କହିଛନ୍ତି ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶାନ୍ତି ପାଇଁ ପ୍ରୟାସ କରୁଥିବା ବେଳେ ବର ଘର ଲୋକେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ନପସର ଥାନା ସାମ୍ନାରେ ଧାରଣାରେ ବସିଛନ୍ତି।

Last Updated : May 17, 2019, 11:30 PM IST

ABOUT THE AUTHOR

...view details