ଓଡିଶା

odisha

ETV Bharat / bharat

ଦୁନିଆକୁ ପ୍ରାଚୀନ ଭାରତୀୟ ଜ୍ଞାନର ଆବଶ୍ୟକତା ରହିଛି: ଦଲାଇଲାମା - Dalailama met students in dharmasala

ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଶୁକ୍ରବାର ପ୍ରାଚୀନ ଭାରତୀୟ ସଭ୍ୟତା ଉପରେ ଉତ୍ତର ଭାରତର ବିଭିନ୍ନ ବିଶ୍ବବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନ ସମୟରେ ଏହାର ଆବଶ୍ୟକତା ଥିବାର ସେ କହିଛନ୍ତି।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

By

Published : Oct 26, 2019, 11:49 AM IST

ସିମଲା: ବର୍ତ୍ତମାନ ସମୟରେ ଦୁନିଆକୁ ପ୍ରାଚୀନ ଭାରତୀୟ ଜ୍ଞାନର ଆବଶ୍ୟକତା ରହିଛି। ଏହା କହିଛନ୍ତି ନିର୍ବାସିତ ତିବ୍ଦତୀୟ ବୌଦ୍ଧ ଧର୍ମଗୁରୁ ଦଲାଇଲାମା। ହିମାଚଳପ୍ରଦେଶର କାଙ୍ଗ୍ରା ଜିଲ୍ଲାର ମୈକଲୋଡଗଞ୍ଜରେ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ଏହା କହିଛନ୍ତି ସେ।

ପ୍ରାଚୀନ ଭାରତୀୟ ଜ୍ଞାନ ଉପରେ ମତ ରଖି ଧର୍ମଗୁରୁ ଦଲାଇଲାମା କହିଛିନ୍ତି ଯେ, ଦୁନିଆକୁ ଐତିହାସିକ ଭାରତ ସମ୍ପର୍କରେ ବିଷୟରେ ଜ୍ଞାନ ଆହୋରଣ କରିବା ଆବଶ୍ୟକ। ଅହିଂସା ଓ କରୁଣାକୁ ପ୍ରାର୍ଥନା କିମ୍ବା ଅନୁଷ୍ଠାନ ମାଧ୍ୟମରେ ନୁହଁ କେବଳ ଶିକ୍ଷା ଦ୍ବାରା ହିଁ ପୁନର୍ଜୀବିତ କରାଯାଇପାରିବ। ଏହି କାର୍ଯ୍ୟକ୍ରମରେ ଅନେକ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

ବିଦ୍ୟାର୍ଥୀଙ୍କ ଗହଣରେ ଦଲାଇ ଲାମା

ହିମାଚଳ ପ୍ରଦେଶର ଧର୍ମଶାଳା ୟୁନିଭର୍ସିଟିରେ 6 ମାସ ହେବ ପ୍ରାଚୀନ ଭାରତୀୟ ଜ୍ଞାନ କୋର୍ସ ଆରମ୍ଭ କରାଯାଇଛି। ବର୍ତ୍ତମାନ ଏହି କୋର୍ସରେ 30 ଛାତ୍ରଛାତ୍ରୀ ଶିକ୍ଷା ଲାଭ କରୁଛନ୍ତି। ଏ ପାଠ୍ୟକ୍ରମ ଉପରେ ମତରଖି ଦଲାଇଲାମା କହିଛନ୍ତି ଯେ, ଏହି ସଂସ୍ଥାନ ମତେ ଏହି ସାମନ୍ତି ଯୋଜନା ସହ ଯୋଡିହେବା ଲାଗୁଛି । ତିବ୍ଦତର ଇତିହାସରେ କିଛି ଲାମା ବାସ୍ତବରେ ଅଦ୍ଭୁତ ଥିଲେ। ସେଥିପାଇଁ ମତେ ଲାଗୁଛି ଯେ ଆମକୁ ପୁଣିଥରେ ମୂଳ ଭାରତୀୟ ପରମ୍ପରାକୁ ଫେରିଯିବା ଆବଶ୍ୟକ।

ABOUT THE AUTHOR

...view details