ନୂଆଦିଲ୍ଲୀ: ନିର୍ବାସିତ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଭାରତରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଉପରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି, ‘ଭାରତ ଠାରୁ ବହୁତ କିଛି ଶିଖିବା ଉଚିତ। ଏଠାରେ ଅହିଂସା, ଦୟାଳୁ, ପ୍ରେମ ଏବଂ କରୁଣାର ପ୍ରାଚୀନ ପରମ୍ପରା ଆଜି ପର୍ଯ୍ୟନ୍ତ ବଜାୟ ରହିଛି। ଯାହାକି ବିଶ୍ବବାସୀଙ୍କ ପାଇଁ ଏକ ଉଦାହରଣ। ବିଶ୍ବରେ ସିହା-ସୁନ୍ନୀ ମୁସଲମାନ ପରସ୍ପର ମଧ୍ୟରେ ଲଢୁଛନ୍ତି ମାତ୍ର ଭାରତରେ ଏପରି କୌଣସି ସ୍ଥିତି ନାହିଁ।’
ଭାରତ ନୁହେଁ ବିଶ୍ବରେ ପରସ୍ପର ବିରୁଦ୍ଧରେ ଲଢୁଛନ୍ତି ସିହା-ସୁନ୍ନୀ ମୁସଲମାନ: ଦଲାଇଲାମା - India ancient traditions of non violence
ନିର୍ବାସିତ ତୀବ୍ଦତୀୟ ଧର୍ମଗୁରୁ ଦଲାଇଲାମା ଭାରତରେ ବସବାସ କରୁଥିବା ମୁସଲମାନ ସମ୍ପ୍ରଦାୟ ଉପରେ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି। ଏନେଇ ସେ କହିଛନ୍ତି, ‘ବିଶ୍ବରେ ପରସ୍ପର ବିରୋଧରେ ସିହା ଏବଂ ସୁନ୍ନୀ ମୁସଲମାନ ଲଢୁଛନ୍ତି ମାତ୍ର ଭାରତରେ ଏଭଳି କୌଣସି ସ୍ଥିତି ନାହିଁ।’
ଗୁରୁବାର 24 ତମ ସର୍ବପଲ୍ଲୀ ରାଧାକୃଷ୍ଣନ ମେମୋରିଆଲକୁ ସମ୍ବୋଧିତ କରି କହିଛନ୍ତି ଯେ ଧର୍ମଗୁରୁ ଦଲାଇଲାମା କହିଛନ୍ତି ଯେ, ଧାର୍ମିକ ଶିକ୍ଷାନୁଷ୍ଠାନ ନିଜର ଶିକ୍ଷା ପ୍ରଣାଳୀରେ ଅହିଂସା, ପ୍ରେମ, ଦୟାଳୁତା ଏବଂ କରୁଣା ପରି ମାନସିକ ଗୁଣବତ୍ତା ଥିବା ବିଷୟକୁ ସାମିଲ କରିବା ଆବଶ୍ୟକ। ଭାରତର ପ୍ରାଚୀନ ସଂସ୍କୃତି ଏବଂ ପରମ୍ପରା ପରି ଉଚ୍ଚକୋଟୀର ଶିକ୍ଷା ପ୍ରଣାଳୀ ବିଶ୍ବକୁ ଆପଣାଇବାର ଅବଶ୍ୟକତା ରହିଛି। ବର୍ତ୍ତମାନ ସମଗ୍ର ବିଶ୍ବର ଲୋକେ ଧର୍ମ ଏବଂ ନିଜର ଆଞ୍ଚଳିକତାକୁ ନେଇ ପରସ୍ପର ମଧ୍ୟରେ ଲଢୁଛନ୍ତି। ଭାରତକୁ ନିଜର 3000 ବର୍ଷ ପୁରୁଣା ଉଚ୍ଚ ନୈତିକ ପରମ୍ପରାର ଶିକ୍ଷା ପ୍ରଣାଳୀରେ ନୂତନ କ୍ରାନ୍ତି ଆଣିବାର ଆବଶ୍ୟକତା ରହିଛି। ଯାହା ଫଳରେ ଆଧୁନିକ ଶିକ୍ଷାରେ ପରିବର୍ତ୍ତନ କରାଯାଇ ପାରିବ।
ଭାରତର ପୂର୍ବତନ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକ୍ରୀଷ୍ଣନ ଆଧୁନିକ ଏବଂ ପ୍ରଚୀନ ବୈଦିକ ଶିକ୍ଷା, ସଂସ୍କୃତି ଏବଂ ପରମ୍ପରାର ସମନ୍ବୟ। ତାଙ୍କୁ ସେହି ସମୟରେ କିଛି ଲୋକେ ପ୍ରଶ୍ନ କରିଥିଲେ ଯେ ସେ କିପରି ସଦାବେଳେ ଖୁସିରେ ରୁହନ୍ତି । ସେ ମଜାରେ ଉତ୍ତର ଦେଇଥିଲେ ଯେ, ସେ ଖୁସିରେ ରହିବା ପାଇଁ ଔଷଧ ସେବନ କରିଥାନ୍ତି। ପ୍ରକୃତରେ କଥା ହେଲା ଜଣେ ବ୍ୟକ୍ତିକୁ ତାର ଶତ୍ରୁକୁ ସର୍ବଶ୍ରେଷ୍ଠ ଶିକ୍ଷକ ଭାବେ ଗ୍ରହଣ କରିବା ଦରକାର। ଏନେଇ ଏକ ଉଦାହରଣ ଦେଇ ସେ କହିଥିଲେ ଯେ, ସେ ଅନେକ ଥର ଚୀନର କ୍ରୋଧ ଏବଂ ଡରକୁ ନେଇ ଚିନ୍ତିତ ଥିଲେ। ମାତ୍ର ଜଣେ ତିବ୍ବତୀୟ ଏବଂ ବୌଦ୍ଧ ହେବା କାରଣରୁ ତାଙ୍କୁ କେବେ ମଧ୍ୟ ରାଗ ଆସି ନଥିଲା।