ମଥୁରା: ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ତିବ୍ଦତକୁ ନେଇ ନିଜର ମତାମକ ରଖିଛନ୍ତି । ତାଙ୍କ କହିବା କଥା ହେଲା ଆମେରିକା ଏପରି ଏକ ଦେଶ ଯିଏ ଆମକୁ ପ୍ରଥମେ ସହଯୋଗ କରିଥିଲା । ଆଗକୁ ବିଶ୍ବାସ ଯେ ଆମେରିକା ଶକ୍ତିଶାଳୀ ଦେଶ ହେବା ସତ୍ତ୍ବେ ଅନ୍ୟ ଛୋଟ ଦେଶକୁ ମଧ୍ୟ ସାହାଯ୍ୟ କରିବ । ଦୁଇଦିନିଆ ମଥୁରା ଗସ୍ତ ଅବସରରେ ଏହା କହିଛନ୍ତି ଦଲାଇଲାମା ।
ପ୍ରଥମେ ଆମକୁ ସହଯୋଗ କରିଛି ଆମେରିକା: ଦଲାଇଲାମା - Boudh Guru Dalai Lama
ତିବ୍ଦତର ନିର୍ବାସିତ ବୌଦ୍ଧ ଧର୍ମଗୁରୁ ଦଲାଇଲାମା ଦୁଇଦିନିଆ ମଥୁରା ଗସ୍ତରେ ଅଛନ୍ତି । ତାଙ୍କର ଉତ୍ତରାଧିକାରୀ କିଏ ହେବ ତାହା ଉପରେ ମଧ୍ୟ ଆଲୋଚନା କରିଛନ୍ତି । ଆମେରିକା ଆମକୁ ସବୁବେଳେ ସହଯୋଗ କରିଛି ବୋଲି ଏହି ଅବସରରେ କହିଛନ୍ତି ସେ ।
ସୋମବାର ଧର୍ମଗୁରୁ ରମଣରେତୀସ୍ଥିତ ଶରଣାନନ୍ଦଙ୍କ ଆଶ୍ରମରେ ଏନେଇ ଆଲୋଚନା କରିଥିଲେ । ଏନେଇ ସେ କହିଥିଲେ ଯେ, ଆମେରିକା ଦୁନିଆର ସବୁଠୁ ବଡ ଏବଂ ନେତୃତ୍ବ ନେଉଥିବା ଦେଶ । ଆମେ ତିବ୍ବତକୁ ନେଇ ଯୁକ୍ତରାଷ୍ଟ୍ର ଆମେରିକାରେ ସ୍ବର ଉତ୍ତୋଳନ କରିଥିଲୁ । ସେହି ସମୟରେ ଆମେରିକା ସହାନୁଭୂତିର ହାତ ବଢାଇଥିଲା ।
ତାଙ୍କର ଉତ୍ତରାଧିକାରୀ କିଏ ହେବ ସେନଇ ପଚରା ଯାଇଥିବା ପ୍ରଶ୍ନର ଉତ୍ତର ରଖି ସେ କହିଛନ୍ତି ଯେ, 1969ରେ ହିଁ କହିଥିଲି ଯେ ଦଲାଇଲାମା ପଦ ଗୁରୁତ୍ବପୂର୍ଣ୍ଣ ନୁହେଁ । ଏଠାରେ ଗୁରୁତ୍ବପୂର୍ଣ୍ଣ ଏହା ଯେ ବୌଦ୍ଧ ଧର୍ମାବଲମ୍ବୀଙ୍କ ଅଧିକରୁ ଅଧିକ ଜ୍ଞାନର ବିକାଶ । ଆଉ ଏହି ଧର୍ମ ଆଗକୁ ପ୍ରଚଳିତ ହେଉ । ବୌଦ୍ଧ ସଂସ୍ଥା ଗୁଡିକରେ ପାଖାପାଖି 10 ହଜାର ଏବଂ ହିମାଳୟ ଅଞ୍ଚଳରେ 6 ହଜାର ବିଦ୍ୟାର୍ଥୀ ଆଜି ବି ବୌଦ୍ଧଧର୍ମର ଶିକ୍ଷା ଗ୍ରହଣ କରୁଛନ୍ତି । ସେ ପୁଣି କହିଛନ୍ତି ଚୀନରେ ସବୁଠୁ ଅଧିକ ବୌଦ୍ଧ ଧର୍ମାବଲମ୍ବୀ ଅଛନ୍ତି । ବୌଦ୍ଧ ଧର୍ମର ସାକ୍ଷୀ ଏବଂ ପ୍ରମାଣ ସବୁଠୁ ଅଧିକ ଭାରତରେ ଦେଖିବାକୁ ମିଳିଛି । କାରଣ ଏହାର ଉତ୍ପତ୍ତି ଭାରତରେ ହୋଇଛି।