ମୁମ୍ବାଇ: ଚାରିଆଡେ ମହାମାରୀ କୋରୋନାର ଆତଙ୍କ। କୋରୋନାକୁ ପ୍ରତିହତ କରିବା ପାଇଁ ସରକାର ଲକଡାଉନ ଘୋଷଣା କରିଛନ୍ତି । ଏହି ଲକଡାଉନରେ ଦୁଗ୍ଧ ଯୋଗାଣ ହ୍ରାସ ପାଉଥିବାରୁ ମହାରାଷ୍ଟ୍ର ଦୁଗ୍ଧ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତ ମାର୍ଚ୍ଚ 24 ତାରିଖରୁ ମହାରାଷ୍ଟ୍ର ନାସିକର ଦୁଗ୍ଦ ଚାଷୀ ମାନେ ଦୁଗ୍ଧ ଯୋଗାଣ ହ୍ରାସ ପାଉଥିବା କହିଛନ୍ତି ।
ଲକଡାଉନ ପ୍ରଭାବ: ହନ୍ତସନ୍ତ ହେଉଛନ୍ତି ମହାରାଷ୍ଟ୍ର ଦୁଗ୍ଧ ଚାଷୀ - ନାସିକର ଲକଡାଉନରେ ଦୁଗ୍ଧ ଯୋଗାଣ ହ୍ରାସ
ମହାରାଷ୍ଟ୍ର ନାସିକର ଲକଡାଉନରେ ଦୁଗ୍ଧ ଯୋଗାଣ ହ୍ରାସ ପାଉଥିବାରୁ ଦୁଗ୍ଧ ଚାଷୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି | ଗତ ମାର୍ଚ୍ଚ 24 ତାରିଖରୁ ଦୁଗ୍ଦ ଚାଷୀ ମାନେ ଦୁଗ୍ଧ ଯୋଗାଣ ହ୍ରାସ ପାଉଥିବା କହିଛନ୍ତି । ଅଧିକ ପଢନ୍ତୁ...
ଜଣେ ଦୁଗ୍ଧ ଚାଷୀଙ୍କ କହିବା ଅନୁଯାୟୀ ଲକଡାଉନ ପରେ ବିଭିନ୍ନ ହୋଟେଲ, ବେକେରୀ ବନ୍ଦ ହୋଇଯିବା ଯୋଗୁଁ ଖୁଚୁରା ବେପାରୀ ମାନେ ମଧ୍ୟ ନିଜ ଘରକୁ ଫେରିଯିବାରୁ ଦୁଗ୍ଧ ବେପାରରେ ହ୍ରାସ ପାଇଛି । ଲକଡାଉନ ପୂର୍ବରୁ କ୍ଷୀର ଲିଟର ପ୍ରତି 50ରୁ 55 ଟଙ୍କା ବିକ୍ରୟ କରୁଥିବାବେଳେ ବର୍ତ୍ତମାନ ତାହା ଲିଟର ପ୍ରଦି 30 ରୁ 35 ଟଙ୍କାରେ ବିକ୍ରୟ ହେଉଥିବା କ୍ଷୀର ବ୍ୟବସାୟୀ କହିଛନ୍ତି । ଲକଡାଉନ ଯୋଗୁଁ ଚାହିଦା ହ୍ରାସପାଇବା ଯୋଗୁଁ କ୍ଷୀର ବ୍ୟାବସାୟ କ୍ଷତିରେ ଚାଲିଥିବା କହିଛନ୍ତି ଦୁଗ୍ଧ ଚାଷୀ । ଏହା ଦ୍ବାରା ଗାଈଙ୍କୁ ଉପଯୁକ୍ତ ପରିମାଣରେ ଖାଦ୍ୟ ମଧ୍ୟ ଯୋଗାଇ ପାରୁ ନଥିବା କ୍ଷୋଭର ସହ କହିଛନ୍ତି ଚାଷୀ ।
ଦୁଗ୍ଧ ଚାଷୀ ମାନେ ଉପଯୁକ୍ତ ମୂଲ୍ୟ ପାଇଁ ଦାବି କରିଛନ୍ତି । ଏହାକୁ ନେଇ ସେମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଦୁଗ୍ଧ ଚାଷୀ ମାନଙ୍କ ପାଇଁ ସ୍ବତନ୍ତ୍ର ସହାୟତା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।