ଓଡିଶା

odisha

ETV Bharat / bharat

କଳିଯୁଗର ଶ୍ରବଣ କୁମାର: ପୁରୁଣା ସ୍କୁଟରରେ ମା'କୁ କରାଉଛନ୍ତି ତୀର୍ଥ ଭ୍ରମଣ - ବଞ୍ଚିଛନ୍ତି ଶ୍ରବଣ କୁମାର

ଏବେ ବି ବଞ୍ଚିଛନ୍ତି ଶ୍ରବଣ କୁମାର । ଯିଏକି ନିଜର 70 ବର୍ଷୀୟ ବୃଦ୍ଧା ମା'କୁ ୪୦ ବର୍ଷ ପୁରୁଣା ସ୍କୁଟରରେ 48,100 କି.ମି ତୀର୍ଥଯାତ୍ରା କରିସାରିଲେଣି । ଅଧିକ ଖବର ପଢନ୍ତୁ...

କଳିଯୁଗ ଶ୍ରବଣ କୁମାର, ପୁରୁଣା ସ୍କୁଟରରେ ମା'କୁ କରାଉଛନ୍ତି ତୀର୍ଥ ଭ୍ରମଣ

By

Published : Oct 23, 2019, 7:15 PM IST

ନୂଆଦିଲ୍ଲୀ: ସତ୍ୟଯୁଗରେ ଶ୍ରବଣ କୁମାର ଅନ୍ଧ ପିତାମାତାଙ୍କୁ କାନ୍ଧରେ ବୋହି ସାରା ଦେଶ ପରିଭ୍ରମଣ କରାଇଥିଲେ । ହେଲେ କଳିଯୁଗରେ ବି ବଞ୍ଚିରହିଛନ୍ତି ଶ୍ରବଣ କୁମାର । ଯିଏକି ନିଜର ଭଙ୍ଗା ବାଜାଜ ଚେତକ ସ୍କୁଟରରେ ମା'କୁ କରାଉଛନ୍ତି ତୀର୍ଥ ପରିଭ୍ରମଣ । ଏହି ଭାଗ୍ୟବାନ ଶ୍ରବଣ କୁମାର ହେଉଛନ୍ତି ମୈସୁରଓ୍ବାଲୀ ଗାଁର ଡି.କୃଷ୍ଣ କୁମାର।

ଗତ ୪ ବର୍ଷ ତଳେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଛି । ଏହାପରେ କୃଷ୍ଣ ନିଜର 70 ବର୍ଷୀୟ ବୃଦ୍ଧା ମା'କୁ ୪୦ ବର୍ଷ ପୁରୁଣା ସ୍କୁଟରରେ 48,100 କି.ମି ତୀର୍ଥଯାତ୍ରା କରିସାରିଲେଣି । ଯାହାର କାହାଣୀ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଘଟଣା ପଢିବା ପରେ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ତାଙ୍କର ଫ୍ୟାନ ହୋଇଯାଇଛନ୍ତି। ବର୍ତ୍ତମାନ ସେ କ୍ରିଷ୍ଣାଙ୍କୁ ଏକ ମହିନ୍ଦ୍ରା କେୟୁଭି 100 କାର ଉପହାର ଦେବାକୁ ଚାହୁଁଛନ୍ତି। ତେବେ ନନ୍ଦୀ ଫାଉଣ୍ଡେସନର ସିଇଓ ମନୋଜ କୁମାର ବୁଧବାର ଏହି ସୁନ୍ଦର ଶ୍ରବଣ କୁମାରଙ୍କ କାହାଣୀ ସେୟାର କରିଥିଲେ।

ଇତିମଧ୍ୟରେ ସେ ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ଗୋଆ, ପଣ୍ଡିଚେରୀ ଆଦି ଯାତ୍ରା କରି ଦାନ୍ତେଓ୍ବାଡାରେ ପହଞ୍ଚି ମା’ ଦନ୍ତେଶ୍ବରୀଙ୍କୁ ଦର୍ଶନ କରିଛନ୍ତି। ଏପର୍ଯ୍ୟନ୍ତ କୃଷ୍ଣ କୁମାର ଅବିବାହିତ ଅଛନ୍ତି । ନିଜ ମା’ଙ୍କ ସେବା କରିବା ପାଇଁ କୃଷ୍ଣ କୁମାର ଏଭଳି କରିଥିବା ମା’ କୁଣ୍ଡା ରତ୍ନା କହିଛନ୍ତି ।

କ୍ରିଷ୍ଣାଙ୍କ କହିବାନୁସାରେ ,'' ବାପାଙ୍କ ମୃତ୍ୟୁ ପରେ ତାଙ୍କ ମା' ଏକ ଯୌଥ ପରିବାରରେ ରହି କେବଳ ଏକ ରୋଷେଇ ଘରେ ସମୟ କାଟୁଥିଲେ । ଏହା ପୂ୍ର୍ବରୁ ସେ କେବେ ଗାଁ ବାହାରକୁ ମଧ୍ୟ ବାହାରି ନଥିଲେ । ଏଥିପାଇଁ ମୁଁ ଚାକିରୀ ଛାଡିବା ସହ ମୋର ସମସ୍ତ ସମୟ ମା'ଙ୍କ ସହ ବିତାଇ ତାଙ୍କୁ ଖୁସି ରଖିବାକୁ ସ୍ଥିର କଲି''।

ABOUT THE AUTHOR

...view details