ଓଡିଶା

odisha

By

Published : Jun 11, 2019, 8:48 AM IST

Updated : Jun 11, 2019, 8:59 AM IST

ETV Bharat / bharat

ମାଡି ଆସୁଛି ଭୟଙ୍କର ସାମୁଦ୍ରିକ ଝଡ 'ବାୟୁ'

ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା 'ବାୟୁ' । ଗୁଜୁରାଟରେ ଆଜି ଲ୍ୟାଣ୍ଡଫଲ କରିବ ବାତ୍ୟା ‘ବାୟୁ’ । ପଶ୍ଚିମ ଉପକୂଳରେ ହେବ ପ୍ରବଳ ବର୍ଷା ।

ଫାଇଲ ଫଟୋ

ନୂଆଦିଲ୍ଲୀ : ଭୟଙ୍କର ସାମୁଦ୍ରିକ ଝଡର ରୂପ ନେବ ବାତ୍ୟା 'ବାୟୁ' । ଲାକ୍ଷାଦ୍ୱୀପ ଓ ଆରବ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି। ଏହା ଘନୀଭୂତ ହୋଇ ବୁଧବାର ଭୟଙ୍କର ଝଡବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

ବାତ୍ୟାରେ ସମୁଦ୍ର କୂଳିଆ ଅଞ୍ଚଳରେ135 କିଲୋମିଟର ବେଗରେ ପବନ ବହିବ । ବାତ୍ୟା ଯୋଗୁଁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । କାରଣ ଏହା ସ୍ଥଳଭାଗରେ ବେଶୀ କ୍ଷତି କରିବ ନାହିଁ । ଜୁନ 13 ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି ।

ଏପଟେ ବାତ୍ୟା ଯୋଗୁଁ ଜୁନ 15-16 ତାରିଖ ପର୍ଯ୍ୟନ୍ତ ଦେଶର କିଛି ସ୍ଥାନରେ ମୌସୁମୀ ଆସିବା ବିଳମ୍ବ ହେବ ବୋଲି କହିଛନ୍ତି ଆଇଏମଡିର ମୁଖ୍ୟ ଡି ଶିବାନନ୍ଦ ପାଇ । ବାତ୍ୟା ‘ବାୟୁ’ ଗୁଜୁରାଟରେ ଆଜି ଲ୍ୟାଣ୍ଜଫଲ କରିବାର ସୂଚନା ରହିଛି । ଏହାଫଳରେ କର୍ଣ୍ଣାଟକ ଓ ଗୋଆ ଉପକୂଳବବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ଓ ପବନ ଲାଗିରହିବ ।

Last Updated : Jun 11, 2019, 8:59 AM IST

ABOUT THE AUTHOR

...view details