ଓଡିଶା

odisha

By

Published : Jun 3, 2020, 11:01 AM IST

Updated : Jun 3, 2020, 11:14 AM IST

ETV Bharat / bharat

ବାତ୍ୟା ‘ନିସର୍ଗ’ ପାଇଁ ମୁମ୍ବାଇରେ 144 ଧାରା ଜାରି

ବାତ୍ୟା ‘ନିସର୍ଗ’କୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ବୁଧବାର ମଧ୍ୟରାତ୍ରରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ସହରରେ 144 ଧାରା ଜାରି କରିଛନ୍ତି।

cyclone
ବାତ୍ୟା ‘ନିର୍ସଗ’ ପାଇଁ ମୁମ୍ବାଇରେ 144 ଧାରା ଜାରି

ମୁମ୍ବାଇ: ମୁମ୍ବାଇରେ 144 ଧାରା ଜାରି । ବାତ୍ୟା ‘ନିସର୍ଗ’କୁ ଦୃଷ୍ଟିରେ ରଖି ମୁମ୍ବାଇ ପୋଲିସ ବୁଧବାର ମଧ୍ୟରାତ୍ରରୁ ଗୁରୁବାର ଅପରାହ୍ନ ପର୍ଯ୍ୟନ୍ତ ସହରରେ 144 ଧାରା ଜାରି କରିଛନ୍ତି।

ବେଳାଭୂମି, ପାର୍କ ଏବଂ ରିଜର୍ଟ ଭଳି ସ୍ଥାନ ପରିଦର୍ଶନ କରିବାକୁ ପୋଲିସ ଲୋକମାନଙ୍କୁ ପ୍ରତିବନ୍ଧକ ଲଗାଇଛନ୍ତି । ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ବାତ୍ୟା ନିସର୍ଗ ବୁଧବାର ଦିନ 11 ଟାରୁ ସନ୍ଧ୍ୟା 7 ଟା ମଧ୍ୟରେ ସହରକୁ ପ୍ରଭାବିତ କରିବ।

ସତର୍କତା ଅନୁଯାୟୀ ବୁଧବାର କେନ୍ଦ୍ରୀୟ ରେଳ ରାଜ୍ୟ ରାଜଧାନୀକୁ ଆସୁଥିବା ବହୁ ସ୍ୱତନ୍ତ୍ର ଟ୍ରେନକୁ ବାତିଲ କରିଛନ୍ତି । ଗୋରଖପୁର, ଦାରବଙ୍ଗା, ବାରାଣାସୀ ଏବଂ ଅନ୍ୟାନ୍ୟ ସ୍ଥାନ ପାଇଁ ଟ୍ରେନର ସମୟ ବଦଳାଯାଇଛି । ସେହିପରି ବୁଧବାର ମୁମ୍ବାଇକୁ ଆସୁଥିବା କିଛି ସ୍ୱତନ୍ତ୍ର ଟ୍ରେନ୍ ମଧ୍ୟ ରେଳ କର୍ତ୍ତୃପକ୍ଷଙ୍କ ଦ୍ବାରା ନିୟନ୍ତ୍ରିତ କରାଯାଇଛି ।

Last Updated : Jun 3, 2020, 11:14 AM IST

ABOUT THE AUTHOR

...view details