ଓଡିଶା

odisha

ETV Bharat / bharat

ସମ୍ଭାବ୍ୟ ବାତ୍ୟା ନେଇ କେରଳ ଓ ତାମିଲନାଡୁରେ ସତର୍କତା - ଭାରତୀୟ ପାଣିପାଗ ବିଭାଗ

ସମ୍ଭାବ୍ୟ ବାତ୍ୟା ପ୍ରଭାବ ନେଇ ସତର୍କତା । ଦକ୍ଷିଣ ତାମିଲନାଡୁ ଏବଂ ଦକ୍ଷିଣ କେରଳରେ ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆଉ କିଛି ସମୟ ମଧ୍ୟରେ ସମୂଦ୍ର ଭିତରେ ଡିପ ସାଇକ୍ଲୋନ ଷ୍ଟ୍ରୋମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଅଧିକ ପଢନ୍ତୁ:

ସମ୍ଭାବ୍ୟ ବ୍ୟାତା ନେଇ ସତର୍କତା
ସମ୍ଭାବ୍ୟ ବ୍ୟାତା ନେଇ ସତର୍କତା

By

Published : Dec 1, 2020, 3:00 PM IST

ଥିରୁବନନ୍ତପୁରମ: ଦକ୍ଷିଣ ତାମିଲନାଡୁ ଏବଂ ଦକ୍ଷିଣ କେରଳରେ ସମ୍ଭାବ୍ୟ ବାତ୍ୟା ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଯାହା ଆଉ କିଛି ସମୟ ମଧ୍ୟରେ ସମୂଦ୍ର ଭିତରେ ଡିପ ସାଇକ୍ଲୋନ ଷ୍ଟ୍ରୋମର ରୂପ ନେଇପାରେ ବୋଲି ଆଶଙ୍କା କରାଯାଉଛି । ଏହାର ନାଁ ବାତ୍ୟା 'ବୁରେଭି' ରଖାଯାଇଛି ।

ସମ୍ଭାବ୍ୟ ବ୍ୟାତା ନେଇ କେରଳ ଓ ତାମିଲନାଡୁରେ ସତର୍କତା

ବାତ୍ୟା 'ବୁରେଭି' ଆସନ୍ତାକାଲି(ବୁଧବାର) ସଂନ୍ଧ୍ୟାରେ ଶ୍ରୀଲଙ୍କା ଦେଇ ଗତି କରିବ। ପ୍ରଭାବରେ କେରଳ ସମେତ ଦକ୍ଷିଣ ଭାରତୀୟ ରାଜ୍ୟ ଗୁ଼ଡ଼ିକରେ ଭୀଷଣ ବର୍ଷା ହେବାନେଇ ସତର୍କ କରାଯାଇଛି । ବାତ୍ୟା ବୁରେଭି ଡିସେମ୍ବର 2 ସଂନ୍ଧ୍ୟା ସୁଦ୍ଧା ଶ୍ରୀଲଙ୍କା ଅତିକ୍ରମ କରି 3 ଡିସେମ୍ବର ସୁଦ୍ଧା କୋମରିନ୍ ଉପକୂଳରେ ପହଞ୍ଚିପାରେ ବୋଲି ଆଶଙ୍କା କରାଯାଉଛି ।

ଯାହାକୁ ଦୃଷ୍ଟିରେ ରଖି ମଙ୍ଗଳବାର କେରଳର ଦକ୍ଷିଣ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଏବଂ ଗୁରୁବାର ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି । ସେହିପରେ ଡିସେମ୍ବର 3 ତାରିଖ ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details