ଓଡିଶା

odisha

ETV Bharat / bharat

ସିରିଏସ ହେବନି ବାତ୍ୟା ‘ଫନି’, 4ରୁ ପ୍ରବଳ ବର୍ଷିବ - Andhra and Odisha

ମାଡି ଆସୁଛି ବାତ୍ୟା ଫନି । ଆଗାମୀ 24 ଘଣ୍ଟା ମଧ୍ୟରେ ସିଭିଅର ସାଇକ୍ଲୋନିକ ଷ୍ଟ୍ରୋମରେ ପରିଣତ ହେବା ନେଇ ସୂଚନା ଦେଲା ପାଣିପାଗ ବିଭାଗ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

By

Published : Apr 29, 2019, 8:49 AM IST

Updated : Apr 29, 2019, 3:21 PM IST


ଭୁବନେଶ୍ବର: ସମ୍ଭାବିତ ବାତ୍ୟା "ଫନି "ର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ । ବିଶେଷ କରି ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଏହା ଓଡିଶା କିମ୍ବା ତାର ଅନ୍ୟ ପଡୋଶୀ ରାଜ୍ୟର ସ୍ଥଳ ଭାଗକୁ ଛୁଇଁବ ନାହିଁ । ହେଲେ ମେ’ ୨ ରୁ ଉପକୂଳ ଓଡ଼ିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିବା ସହ 4ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଓ ୟୁଏସ ନାଭି ପୂର୍ବାନୁମାନ ତଥ୍ୟ ଆଧାରରେ ସମ୍ଭାବିତ ବାତ୍ୟା ଫନି ଭାରତୀୟ ଉପକୂଳ ଦେଇ ଗତିକରିବ ବୋଲି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ କହିଛନ୍ତି ।

ଆଇଏମଡି ସୂଚନା ଅନୁଯାୟୀ, ମେ 4 ପର୍ଯ୍ୟନ୍ତ ଫନି ସ୍ଥଳଭାଗକୁ ଛୁଇଁବ ନାହିଁ । ତେବେ ଏହା ପ୍ରଭାବରେ ୨ ତାରିଖ ସକାଳୁ ଉପକୂଳ ଓଡିଶାରେ ୫୦ ରୁ ୬୦ କିମି ବେଗରେ ପବନ ବହିବ । ୪ ତାରିଖ ରେ ପ୍ରବଳ ବର୍ଷାର ସମ୍ଭାବନା ଅଛି । ଏଥିଲାଗି ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ତେବେ ବାତ୍ୟାର ମୁକାବିଲା ପାଇଁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ।

ରାଜ୍ୟରେ ୮୮୦ ଟି ସାଇକ୍ଲୋନ ଶେଡ଼, ୨୦ ଟି ଓଡ୍ରାଫ ଟିମ, ୧୨ ଟି ଇଉନିଟ ଏନଡିଆରଏଫ , ୩୦୦ ରୁ ଉର୍ଦ୍ଧ୍ବ ଅଗ୍ନିଶମ ୟୁନିଟ ସଜାଗ ରହିଛନ୍ତି । ଉପକୂଳ ଜିଲ୍ଲାର ସମସ୍ତ ଜିଲାପାଳଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାତ୍ୟାର ପ୍ରଭାବ ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଆଇଏମଡି ପକ୍ଷରୁ ଅନୁମାନ କରାଯାଇଛି । ୧୨୨ ଟି ଟାୱାର ମାଧ୍ୟମର ଅଗ୍ରୀମ ସତର୍କ ସୂଚନା ଦିଆଯାଉଛି । ବିଏସଏନଏଲ ଉପଭୋକ୍ତା ଙ୍କୁ ଏସଏମ୍ଏସ ଜରିଆରେ ସୂଚନା ଦିଆଯିବାର ବ୍ୟବସ୍ତା କରାଯାଇଛି । ଏ ସମୟରେ ବାତ୍ୟା ଆସିବା ଏକ ବିଲକ୍ଷଣ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ କହିଛନ୍ତି।

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ ଫନି ଇକ୍ୟୁଟରରୁ ଉତ୍ପତି ଦକ୍ଷିଣ ଶ୍ରୀଲଙ୍କା ତାମିଲନାଡୁ ଆନ୍ଧ୍ରାପ୍ରଦେଶ ଦେଇ ଲମ୍ବା ଗତିପଥ ପାର କରିବ ।

ସୋମବାର ସଚିବାଳୟରେ ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ସମ୍ଭାବିତ ବାତ୍ୟା ଫନି ମୁକାବିଲା ପାଇଁ ସମୀକ୍ଷା ବୈଠକ ବସିଥିଲା ଏଥିରେ ସ୍ୱତନ୍ତ୍ର ରିଲିଫ କମିଶନର, ପୋଲିସ ମହାନିର୍ଦ୍ଦେଶକ,ଏନଡିଆରଏଫର ବରିଷ୍ଠ ଅଧିକାରୀ ଓ ସବୁ ବିଭାଗ ର ପ୍ରମୁଖ ସଚିବ ଉପସ୍ଥିତ ଥିଲେ।

ଭୁବନେଶ୍ବରରୁ ସଞ୍ଜୀବ ରାୟ , ଇଟିଭି ଭାରତ

Last Updated : Apr 29, 2019, 3:21 PM IST

ABOUT THE AUTHOR

...view details