ଥିରୁଅନ୍ତରପୁରମ: ଦକ୍ଷିଣ ପଶ୍ଚମ ବଙ୍ଗପୋସାଗରେ ସୃଷ୍ଟ ସାମୁଦ୍ରିକ ଝଡ ବୁରେଭି ବାତ୍ୟାର ରୂପ ନେଇ ଶ୍ରୀଲଙ୍କା ଉପପକୂଳ ଅତିକ୍ରମ କରିବା ପରେ କେରଳ ମୁହାଁ ହୋଇଛି । ତେବେ ଗୁରୁବାର ସଂଧ୍ୟାରେ ଏହା କେରଳର ଥିରୁଅନନ୍ତପୁରମ ସମୁଦ୍ର ଉପକୂଳର ସ୍ଥଳଭାଗ ଛୁଇଁବା ନେଇ ଆଶଙ୍କା କରାଯାଉଛି ।
ପାଣିପାଗ ବିଭାଗର ସଦ୍ୟ ସୂଚନା ଅନୁଯାୟୀ ବର୍ତ୍ତମାନ ବାତ୍ୟା ବୁରେଭି ରାମନାଥପୁର ଜିଲ୍ଲା ନିକଟରେ ପହଞ୍ଚି ଦୀର୍ଘ 6 ଘଣ୍ଟା ଧରି ଏଠାରେ ସ୍ଥର ରହିଛି । ତେବେ ଏହା ପମ୍ବନରୁ 70 କିଲୋମଟର ଓ କନ୍ୟାକୁମାରୀଠାରୁ ପାଖାପାଖି 160 କିଲୋମିଟଚର ଦୂରରେ ଥିବା ଜଣାପଡିଛି ।