ଓଡିଶା

odisha

ETV Bharat / bharat

ବାତ୍ୟା ବୁଲବୁଲ ପାଇଁ ପଶ୍ଚିମବଙ୍ଗରେ 23,811 କୋଟି ଟଙ୍କାର କ୍ଷୟକ୍ଷତି - cyclone bulbul

ସାମୁଦ୍ରିକ ଝଡ ‘ବୁଲବୁଲ’ର ତାଣ୍ଡବ ଯୋଗୁଁ ପଶ୍ଚିମବଙ୍ଗରେ 23 ହଜାର 811 କୋଟିର କ୍ଷୟକ୍ଷତି ହୋଇଥିବା ବେଳେ 5 ଲକ୍ଷ ଘର ନଷ୍ଟ ହୋଇଥିବା କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେଇଛି।

ବାତ୍ୟା ବୁଲବୁଲ ପାଇଁ ପଶ୍ଚିମବଙ୍ଗରେ 23,811 କୋଟି କ୍ଷତି

By

Published : Nov 17, 2019, 11:23 AM IST


କୋଲକାତା: ପଶ୍ଚିମବଙ୍ଗରେ ତାଣ୍ଡବ ରଚାଇଥିଲା ସାମୁଦ୍ରିକ ଝଡ ‘ବୁଲବୁଲ’। ଏହି ସାମୁଦ୍ରିକ ବାତ୍ୟା ଯୋଗୁଁ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି । ବାତ୍ୟାରେ ରାଜ୍ୟରେ 23 ହଜାର 811 କୋଟିର କ୍ଷୟକ୍ଷତି ହୋଇଥିବା କେନ୍ଦ୍ରୀୟ ଟିମ୍ ରିପୋର୍ଟ ଦେଇଛି ।

ଏଥିରେ 3ଟି ଜିଲ୍ଲାରେ 35ଲକ୍ଷ ଲୋକ ପ୍ରଭାବିତ ହୋଇଛି । ସଚିବାଳୟରେ ଆୟୋଜିତ ବୈଠକରେ କେନ୍ଦ୍ରୀୟ ଦଳ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ଏହି ରିପୋର୍ଟ ପ୍ରଦାନ କରିଥିଲେ । ଏହା ପୂର୍ବରୁ ଓଡିଶାର କ୍ଷତିଗ୍ରସ୍ତ ଅଞ୍ଚଳ ଓ ପଶ୍ଚିମବଙ୍ଗର ବାତ୍ୟା ଦ୍ବାରା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ରିପୋର୍ଟ ଅନୁସାରେ, ବାତ୍ୟା ‘ବୁଲବୁଲ’ ଯୋଗୁଁ 23 ହଜାର 811 କୋଟି କ୍ଷତି ହୋଇଥିବା ବେଳେ 35ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ।ସେହିପରି 5,17,535 ଘର ନଷ୍ଟ ହୋଇଛି।

ABOUT THE AUTHOR

...view details