ଓଡିଶା

odisha

ETV Bharat / bharat

ଆସୁଛି ବାତ୍ୟା ଅମ୍ଫାନ: କ’ଣ ରହିଛି ଗାଇଡଲାଇନ ଓ କିପରି ଚାଲିଛି ପ୍ରସ୍ତୁତି

ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବର୍ତ୍ତମାନ ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ କିପରି ଚାଲିଛି ପ୍ରସ୍ତୁତି ଓ କ’ଣ ରହିଛି ବାତ୍ୟାରୁ ବଞ୍ଚିବା ପାଇଁ ଗାଇଡଲାଇନ, ପଢନ୍ତୁ ...

cyclone amphan, effect of cyclone amphan, measures taken for amphan, guideline for amphan, ବାତ୍ୟା ଅମ୍ଫାନ, ବାତ୍ୟା ଅମ୍ଫାନ ପ୍ରଭାବ, ଅମ୍ଫାନ ପ୍ରସ୍ତୁତି, ଅମ୍ଫାନ ମୁକାବିଲା, ଅମ୍ଫାନ ଗାଇଡଲାଇନ
ଆସୁଛି ବାତ୍ୟା ଅମ୍ଫାନ: କ’ଣ ରହିଛି ଗାଇଡଲାଇନ ଓ କିପରି ଚାଲିଛି ପ୍ରସ୍ତୁତି

By

Published : May 19, 2020, 11:35 PM IST

ନୂଆଦିଲ୍ଲୀ: ମାଡି ଆସୁଛି ବାତ୍ୟା 'ଅମ୍ଫାନ' । ସାମୁଦ୍ରିକ ଘୂର୍ଣ୍ଣିବଳୟ ଧିରେ ଧିରେ ତୀବ୍ରତର ହୋଇ ସାମୁଦ୍ରିକ ଝଡର ରୂପ ନେଇଥିବା ବେଳେ ଏହା ଓଡିଶା ଓ ପଶ୍ଚିମବଙ୍ଗକୁ ପ୍ରଭାବିତ କରିବାର ସୂଚନା ରହିଛି । ସୋମବାର ସନ୍ଧ୍ୟା ସୁଦ୍ଧା ସୁପର ସାଇକ୍ଲୋନ ବା ମହାବାତ୍ୟାର ରୂପ ଧାରଣ କରିସାରିଛି । ବୁଧବାର ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଥିବା ବେଳେ ଲ୍ୟାଣ୍ଡଫଲ ସମୟରେ ପବନର ବେଗ ଘଣ୍ଟାପ୍ରତି 185 କିଲୋମିଟର ରହିବା ନେଇ ଅନୁମାନ କରାଯାଉଛି ।

ବାତ୍ୟା ପରିସ୍ଥିତିର ମୁକାବିଲା ପାଇଁ ବର୍ତ୍ତମାନ ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରସ୍ତୁତି ଜୋରଦାର ଚାଲିଛି । ତେବେ କିପରି ଚାଲିଛି ପ୍ରସ୍ତୁତି ଓ କ’ଣ ରହିଛି ବାତ୍ୟାରୁ ବଞ୍ଚିବା ପାଇଁ ଗାଇଡଲାଇନ, ପଢନ୍ତୁ ...

ଆସୁଛି ବାତ୍ୟା ଅମ୍ଫାନ: କ’ଣ ରହିଛି ଗାଇଡଲାଇନ ଓ କିପରି ଚାଲିଛି ପ୍ରସ୍ତୁତି

ବାତ୍ୟାର ସ୍ଥିତି ଦେଖି ପାଣିପାଗ ବିଭାଗ ଓଡିଶା ଓ ପଶ୍ଚିମବଙ୍ଗରେ ପ୍ରବଳ ବର୍ଷା ହେବା ନେଇ ପୂର୍ବାନୁମାନ କରିବା ସହ ସତର୍କ ସୂଚନା ଜାରି କରିଛି । ଏଥିସହ ଉପ-ହିମାଳୟ ପଶ୍ଚିମବଙ୍ଗ, ସିକିମ, ଆସାମ ଓ ମେଘାଳୟରେ ମେ 21 ଯାଏଁ ବାତ୍ୟାର ପ୍ରଭାବରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ହୋଇଛି ।

ତେବେ ପାଣିପାଗ ବିଭାଗର ସୂଚନା ମୁତାବକ ବାତ୍ୟା ‘ଅମ୍ଫାନ’ ପଶ୍ଚିମବଙ୍ଗ-ବାଂଲାଦେଶ ମଧ୍ୟ ଦେଇ ଅତିକ୍ରମ କରିବ । ପଶ୍ଚିମବଙ୍ଗର ସାଗର ଦ୍ବୀପ ଓ ବାଂଲାଦେଶର ହାଥିଆ ଦ୍ବୀପରେ ଏହାର ପ୍ରଭାବ ବୁଧବାର ସନ୍ଧ୍ୟା ସୁଦ୍ଧା ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details