ଓଡିଶା

odisha

ETV Bharat / bharat

‘ମହା’ ମୁକାବିଲା ପାଇଁ ପ୍ରସ୍ତୁତ ଗୁଜୁରାଟ - Cyclon maha landfall

ଆସୁଛି ସାମୁଦ୍ରିକ ଝଡ ବାତ୍ୟା ‘ମହା’ । ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ବାତ୍ୟା ଏବେ ଗୁଜୁରାଟ ମୁହାଁ । ଉପକୂଳ ଛୁଇଁବା ପୂର୍ବରୁ ଏହା ଦୁର୍ବଳ ହୋଇପାରେ ।

ଡିଜାଇନ ଫଟୋ

By

Published : Nov 6, 2019, 1:10 PM IST

ଅହମ୍ମଦାବାଦ: ଆରବ ସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିଝଡ ‘ମହା’ ଘଣ୍ଟା ପ୍ରତି 21କିଲୋମିଟର ବେଗରେ ଆଗକୁ ବଢୁଛି । ଏହା ଗୁଜରାଟ ଉପକୂଳରେ ଆସନ୍ତା କାଲି ମଧ୍ୟାହ୍ନ 12ଟା ବେଳେ ଏହାର ପ୍ରଭାବ ବେଶୀ ରହିବ ବୋଲି ଗୁଜୁରାଟ ଆଇଏମଡି ଆକଳନ କରିଛି । ତେବେ ଏହା ଯେତେ ଉପକୂଳ ନିକଟବର୍ତ୍ତୀ ହେଉଛି ସେତେ ଦୁର୍ବଳ ହେଉଛି । ଉପକୂଳ ଅତିକ୍ରମ କରିବା ସମୟରେ ଏହାର ବେଗ 60ରୁ 70 କିଲୋମିଟର ରହିବ । ଡିୟୁ ଠାରୁ ପୋରବନ୍ଦର ପର୍ଯ୍ୟନ୍ତ ଏହା ପ୍ରଭାବ ରହିବ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ବର୍ତ୍ତମାନ ସୁଦ୍ଧା ପୋରବନ୍ଦର ଶାନ୍ତ ଥିବାବେଳେ ‘ମହା’ର କୌଣସି ପ୍ରଭାବ ସମୁଦ୍ରରେ ଅନୁଭୂତ ହୋଇନାହିଁ । ବେରାବଲ ଠାରୁ ମହା ଏବେ 520 କିଲୋ ମିଟର ଦୂରରେ ଥିବାବେଳେ ପୋରବନ୍ଦର ଠାରୁ 480 କିଲୋମିଟର ଦୂରରେ ଅଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ


ଏହାକୁ ଦେଖି ସ୍ଥାନୀୟ ପ୍ରଶାସନ ସମସ୍ତ ପଦକ୍ଷେପ ନେବା ସହ ତଳିଆ ଅଞ୍ଚଳର ଲୋକଙ୍କୁ ସ୍ଥାନାନ୍ତର କରିଛି । ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ଏନଡିଆରଏଫ ଓ ନୌସେନା ପ୍ରସ୍ତୁତ ରହିଛନ୍ତି । ଚୌପଠି ବେଳାଭୂମିକୁ 6 ନଭେମ୍ବରରୁ 8 ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ବନ୍ଦ କରାଯାଇଛି ।


ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details