ଓଡିଶା

odisha

By

Published : Aug 18, 2019, 4:08 PM IST

ETV Bharat / bharat

ସାଇକେଲରେ ବିଶ୍ବ ବୁଲିବେ 2 କେରଳ ଯୁବକ

ଏହି ଯୁବକ ଦ୍ବୟ ସାଇକେଲରେ 8ଟି ଦେଶ ଭ୍ରମଣ କରିବାକୁ ଯୋଜନା କରିଛନ୍ତି । ଯୁବକ ଦୁଇଜଣ ହେଲେ ଶାଜି ଓ ଅଜିତ । କେରଳରର କାଲିକଟରୁ ଏହି ଦୁଇ ଯୁବକ ବିଶ୍ବର 7ଟି ଦେଶକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ଥିରୁଅନନ୍ତପୁରମ: ସାଇକେଲରେ ଦୁଇ ଯୁବକଙ୍କ ବିଶ୍ବ ଭ୍ରମଣ । ଏହି ଯୁବକ ଦ୍ବୟ ସାଇକେଲରେ 8ଟି ଦେଶ ଭ୍ରମଣ କରିବାକୁ ଯୋଜନା କରିଛନ୍ତି । ଯୁବକ ଦୁଇଜଣ ହେଲେ ଶାଜି ଓ ଅଜିତ । କେରଳରର କାଲିକଟରୁ ଏହି ଦୁଇ ଯୁବକ ବିଶ୍ବର 7ଟି ଦେଶକୁ ଯାତ୍ରା ଆରମ୍ଭ କରିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ସେମାନେ ସାଇକେଲରେ କେରଳରୁ ଯାତ୍ରା ଆରମ୍ଭ କରିଥିବାବେଳେ ଆଜି ଆନ୍ଧ୍ର ପ୍ରଦେଶର ପ୍ରକାଶମ ଜିଲ୍ଲା ଅନଗୋଲରେ ପହଞ୍ଚିଛନ୍ତି । ଯେଉଁଠି ସ୍ଥାନୀୟ ସ୍କୁଲର କିଛି ଛାତ୍ରଛାତ୍ରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଦେଇଛନ୍ତି ।

ତେବେ ସାଇକେଲରେ ସେମାନେ 150 ଦିନରେ 8 ହଜାର କିଲୋମିଟର ଯାତ୍ରା କରିବାକୁ ଲକ୍ଷ୍ୟ ରଖିଛନ୍ତି । ସେମାନେ ଦେଶକୁ ଦେଶ ବୁଲି ପୋଲିଓକୁ ନେଇ ସଚେତନତା ବାର୍ତ୍ତା ଦେବେ ବୋଲି କହିଛନ୍ତି ଏହି ଦୁଇ ଯୁବକ ।

ଖାସକରି ଆଫଗାନିସ୍ତାନ ଓ ପାକିସ୍ତାନରେ ଏହି ସଚେତନତା ଦେବେ। ଏହାସହ ଏବେ କେରଳର ବନ୍ୟା ବିପନ୍ନଙ୍କ ସମ୍ପର୍କରେ ମଧ୍ୟ ଅବଗତ କରାଇବାକୁ ଲକ୍ଷ୍ୟ ରଖିଛନ୍ତି ।

ABOUT THE AUTHOR

...view details