ହାଇଦ୍ରାବାଦ: ମହିଳା ପଶୁ ଡାକ୍ତରାଣୀଙ୍କ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ କାର୍ଯ୍ୟାନୁଷ୍ଠାନ । ଘଟଣାର 2 ଦିନ ପରେ ପୋଲିସ ଆକ୍ସନ ମୋଡକୁ ଆସିଛି । ଏଫଆଇଆର ରଖିବା ପାଇଁ ମନା କରିଥିବା ପୋଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ 3 ପୋଲିସକର୍ମୀ ନିଲମ୍ବିତ
ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ଏଫଆଇଆର ରଖିବା ପାଇଁ ମନା କରିଥିବା ପୋଲିସ କର୍ମୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ । 3 ପୋଲିସ କର୍ମୀ ନିଲମ୍ବିତ ।
ଫାଇଲ ଫଟୋ
ସାଇବରାବାଦ କମିଶନର ତିନି ଜଣ ପୋଲିସ କର୍ମୀଙ୍କୁ ନିଲମ୍ବିତ କରିଛନ୍ତି । ସମସାବାଦ ପୋଲିସ ଷ୍ଟେସନର ଏସଆଇ ରବିକୁମାର ଓ ରାଜୀବ ଗାନ୍ଧୀ ଏୟାରପୋର୍ଟ ପୋଲିସ ଷ୍ଟେସନରେ କାର୍ଯ୍ୟରତ ଦୁଇ କନେଷ୍ଟବଳ ଯଥାକ୍ରମେ ବେଣୁରେଡ୍ଡୀ ଏବଂ ସତ୍ୟନାରାୟଣ ନିଲମ୍ବିତ କରିଦିଆଯାଇଛି । ଏହି ପୋଲିସ କର୍ମୀମାନେ ଏଫଆଇଆର ଲେଖିବାରେ ବିଳମ୍ବ କରିଥିଲେ ।
Last Updated : Dec 4, 2019, 4:22 PM IST