ଓଡିଶା

odisha

‘କ୍ଵିକ୍‌ ସପୋର୍ଟ’ ଆପ୍‌ ନାଁରେ ସାଇବର ଆକ୍ରମଣ

By

Published : May 30, 2020, 10:57 AM IST

ବଢିଚାଲିଛି ସାଇବର ହ୍ୟାକରଙ୍କ ପାଦୁର୍ଭାବ । କ୍ଵିକ୍‌ ସପୋର୍ଟ ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ କରି ଠକେଇର ଶିକାର ହେଲେ ଜଣେ ବ୍ୟକ୍ତି । ଅଧିକ ପଢନ୍ତୁ...

‘କ୍ଵିକ୍‌ ସପୋର୍ଟ’ ଆପ୍‌ ନାଁରେ ସାଇବର ଆକ୍ରମଣ
‘କ୍ଵିକ୍‌ ସପୋର୍ଟ’ ଆପ୍‌ ନାଁରେ ସାଇବର ଆକ୍ରମଣ

ସାର୍‌, ମୁଁ ଏକ ଘରୋଇ କମ୍ପାନୀରେ କାର୍ଯ୍ୟକରେ। ମୋ ପୁଅ ମୋ ଫୋନ୍‌ରେ ପେ ଟିଏମ୍‌ ଆପ୍‌ ଡାଉନଲୋଡ୍‌ କରିଛି। ତିନିଦିନ ତଳେ ସନ୍ଦୀପ ନାମଧାରୀ ଜଣେ ବ୍ୟକ୍ତି ମୋତେ ଫୋନ୍‌ କଲେ ଏବଂ ‘କ୍ଵିକ୍‌ ସପୋର୍ଟ’ ନାଁରେ ଏକ ମୋବାଇଲ୍‌ ଆପ୍ଲିକେସନ୍‌ ଡାଉନ୍‌ଲୋଡ୍‌ କରିବାକୁ ଅନୁରୋଧ କଲେ। ତଥ୍ୟ ଅପ୍‌ଡେଟ୍‌ ପାଇଁ ଏହା ଆଶ୍ୟକ ବୋଲି ସେ କହିଲେ। ସେ ଏହା ମଧ୍ୟ କହିଲେ ଯେ, ଆପ୍ଲିକେସନ୍‌ଟି ଡାଉନ୍‌ଲୋଡ୍‌ କରିବା ପରେ ଏକ କୋଡ୍‌ ଆସିବ। ସୋମବାର ଦିନ ମୁଁ ତିନୋଟି ଏସ୍‌ଏମ୍ଏସ୍‌ ପାଇଲି। ତିନି ଘଣ୍ଟା ଭିତରେ ମୋ ଆକାଉଣ୍ଟରୁ ୨ଲକ୍ଷ ୨୦ ହଜାର ଟଙ୍କା କୁଆଡ଼େ ଗାଏବ ହୋଇଯାଇଛି। ବାସ୍ତବରେ ମୁଁ କାହାକୁ ଓଟିପି ଦେଇ ନାହିଁ। ମୁଁ ବୁଝିପାରୁନି କ’ଣ ହୋଇଛି। ଏହା ହେଉଛି ହାଇଦ୍ରାବାଦସ୍ଥିତ ଅମ୍ବରପେଟ୍‌ ପୋଲିସ ଥାନାରେ ଜଣେ ବାସିନ୍ଦାଙ୍କ ଦ୍ଵାରା ଦାଖଲ ହୋଇଥିବା ଏତଲାର ସାରାଂଶ।

ଏହା ଗୋଟିଏ ମାମାଲା ନୁହେଁ। ଯେଉଁମାନେ କ୍ଵିକ୍‌ ସପୋର୍ଟ ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିଛନ୍ତି ସେମାନଙ୍କ ଭିତରୁ ୮୦ ପ୍ରତିଶତ ଲୋକ ଏହିଭଳି ଠକେଇର ଶିକାର ହୋଇଛନ୍ତି। ଏହି କ୍ଵିକ୍‌ ସପୋର୍ଟ ମୋବାଇଲ୍‌ ଆପ୍‌କୁ ଲୋକେ ପ୍ରଥମେ କୌଣସି ଏକ ଡିଜିଟାଲ୍‌ ପେମେଣ୍ଟ ବା ବ୍ୟାଙ୍କିଙ୍ଗ୍‌ ଆପ୍‌ ବୋଲି ମନେକରି ଡାଉନ୍‌ଲୋଡ୍‌ କରୁଛନ୍ତି। ଆଉ ତା’ପରେ ଠକେଇର ଶିକାର ହେଉଛନ୍ତି। ବାସ୍ତବରେ ଏହି ପ୍ରକାର ମୋବାଇଲ୍‌ ଆପ୍‌ ଦ୍ଵାରା ସମ୍ପୃକ୍ତ ଆପ୍‌ ନିର୍ମାତା ତଥା ସଫ୍ଟଓ୍ବେର କମ୍ପାନୀ ଏବଂ ତାଙ୍କ କର୍ମଚାରୀମାନେ ଲାଭବାନ ହେଉଛନ୍ତି। କିନ୍ତୁ ଅପରାଧୀମାନେ ଏହି ଆପ୍ଲିକେସନ୍‌କୁ ବ୍ୟବହାର କରି ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ହ୍ୟାକ୍‌ କରୁଛନ୍ତି।

ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଘରୋଇ ଓ ସରକାରୀ ବ୍ୟାଙ୍କ୍‌ଗୁଡ଼ିକ ଅନେକ ଡିଜିଟାଲ୍‌ ସେବାକୁ ମଞ୍ଜୁରୀ ଦେଇଛନ୍ତି। ସ୍ଵତନ୍ତ୍ର ଆପ୍ଲିକେସନ୍‌ ଓ ସ୍ଵତନ୍ତ୍ର ଓ୍ବେବ୍‌ସାଇଲ୍‌ ଏଥିଲାଗି ଉତ୍ସର୍ଗ କରାଯାଇଛି। ଏହା ସହ ପେଟିଏମ୍‌, ଫୋନ୍‌ ପେ’ ଭଳି ଇକମର୍ସ ପେମେଣ୍ଟ ସହ ଡିଜିଟାଲ୍‌ ୱାଲେଟ୍‌ ଯୋଗାଉଛନ୍ତି। ଏବେ କିନ୍ତୁ ସାଇବର ଅପରାଧୀମାନେ କ୍ଵିକ୍‌ ସପୋର୍ଟ ଭଳି ମୋବାଇଲ୍‌ ଆପ୍‌କୁ ବ୍ୟବହାର କରି ଏହିସେବା ବ୍ୟବହାର କରୁଥିବା ଲୋକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଖାଲି କରିବା ଲାଗି ଏକ ସହଜ ରାସ୍ତା ପାଇଛନ୍ତି। ରାଜସ୍ଥାନ ଓ ବିହାରରର ସାଇବର ଆକ୍ରମଣକାରୀ ସ୍ମାର୍ଟଫୋନ୍‌ ବ୍ୟବହାରକାରୀଙ୍କୁ କଲ୍‌ କରି ସେମାନଙ୍କ ସହ ହିନ୍ଦି ଓ ଇଂରାଜୀରେ କଥା ହୁଅନ୍ତି। ଏବଂ ତାଙ୍କୁ କ୍ଵିକ୍‌ ସପୋର୍ଟ ଆପ୍‌ ଡାଉନ୍‌ଲୋଡ୍‌ କରିବା ପାଇଁ ପ୍ରବର୍ତ୍ତାଉଛନ୍ତି।

ସାଇବର ଅପରାଧ ଏସିପି କେଭିଏମ୍‌ ପ୍ରସାନଦ ଏ ସନ୍ଦର୍ଭରେ କହନ୍ତି, ହ୍ୟାକରମାନେ କୌଣସି ବ୍ୟକ୍ତିର ଗୋପନୀୟ ତଥ୍ୟ ଯେମିତି ତା’ର ଫଟୋ, ଭିଡିଓ ଏବଂ ବ୍ୟାଙ୍କ୍‌ ଆକାଉଣ୍ଟ ବିବାରଣୀକୁ ଏହିପରି ମୋବାଇଲ୍‌ ଆପ୍‌ ମାଧ୍ୟମରେ ହାସଲ କରିଥାଆନ୍ତି। ଏପରିକି ସାଇବର ଆକ୍ରମଣକାରୀମାନେ ମୋବାଇଲ୍‌ ଫୋନ୍‌ ବ୍ୟବହାରକାରୀଙ୍କ କଣ୍ଟାକ୍‌ଟକୁ ମଧ୍ୟ ହ୍ୟାକ୍‌ କରି ତାହାର ତଥ୍ୟ ନେଇ ଯାଇଥରଆନ୍ତି। ଏଣୁ ଯେ କୌଣସି ବ୍ୟକ୍ତି ହୂଅନ୍ତୁ ନା କାହିଁକି ଏହିପରି ଆପ୍‌ ଡାଉନ୍‌ଲୋଡ୍‌ କରିବାକୁ ପ୍ରବର୍ତ୍ତାଇଲେ ତାହାକୁ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି ସେ କହିଛନ୍ତି। ଏହା ସହ ବିନା କୌଣସି ଧାରଣାରେ କୌଣସି ଆପ ଆପ୍‌କୁ ଡାଉନ୍‌ଲୋଡ୍‌ ବା ଇନଷ୍ଟଲ୍‌ ନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି।

ABOUT THE AUTHOR

...view details