ଓଡିଶା

odisha

By

Published : Jan 11, 2020, 12:12 PM IST

ETV Bharat / bharat

ଆଇଜିଆଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ 637 ଗ୍ରାମ ସୁନା ଜବତ

ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର(ଆଇଜିଆଇ) ପରିସରରୁ ଜଣେ ବିଦେଶୀ ମହିଳାଙ୍କ ପାଖରୁ ପାଖାପାଖି 637 ଗ୍ରାମର ସୁନା ଜବତ କରାଯାଇଛି। ଅଧିକ ପଢନ୍ତୁ...

_foreign passenger
ପୁଣି ଆଇଜିଆଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ 637 ଗ୍ରାମ ସୁନା ଜବତ

ନୂଆଦିଲ୍ଲୀ: ସ୍ଥାନୀୟ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦର(ଆଇଜିଆଇ) ପରିସରରୁ ଚୋରା ସୁନା ଜବତ କରାଯାଇଛି। ଜଣେ ବିଦେଶୀ ମହିଳାଙ୍କ ପାଖରୁ ସୁନା ଜବତ କରାଯିବା ସହ ତାଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ସୁନାର ମୂଲ୍ୟ 23 ଲକ୍ଷ 64 ହଜାର ହେବ ବୋଲି ଅନୁମାନ କରାଯାଉଛି। ମହିଳା ଜଣକ ଆଲମାଟୀରୁ ଦିଲ୍ଲୀ ଯାତ୍ରା କରୁଥିବା ସମୟରେ ଏହି ଚୋରା ସୁନା ସୀମାଶୁଳ୍କ(କଷ୍ଟମ) ବିଭାଗ ହାତରେ ପଡିଛି।

ପୁଣି ଆଇଜିଆଇ ଅନ୍ତର୍ଜାତୀୟ ବିମାନବନ୍ଦରରୁ 637 ଗ୍ରାମ ସୁନା ଜବତ

ମହିଳା ଜଣକ ଗ୍ରୀନ ଚାନେଲରେ ଯାତ୍ରା କରୁଥିବା ସମୟରେ ବିମାନ ବନ୍ଦରର କର୍ତ୍ତୃପକ୍ଷଙ୍କ ସନ୍ଦେହଘେରକୁ ଆସିଥିଲେ। ଏହାପରେ ଉକ୍ତ ମହିଳାଙ୍କ ବିଭିନ୍ନ ଆସବାପତ୍ର ସହଓ ତାଙ୍କୁ ତଦନ୍ତ କରାଯିବା ସମୟରେ ବିଭିନ୍ନ ଅଳଙ୍କାର ସହ 637 ଗ୍ରାମ ସୁନା ଜବତ କରାଯାଇଥିଲା।

ABOUT THE AUTHOR

...view details