ନୂଆଦିଲ୍ଲୀ: ପୁଣି ଆଇଜିଆଇ ବିମାନବନ୍ଦରୁ ଜବତ ହେଲା ସୁନା। ଟର୍ମିନାଲ 3ରୁ କଷ୍ଟମ ବିଭାଗ ପକ୍ଷରୁ ଏହି ସୁନା ଜବତ କରାଯାଇଛି। ଦିଲ୍ଲୀରୁ ଆବୁଧାବି ଯାତ୍ରା କରୁଥିବା 2 ଭାରତୀୟ ବିମାନଚାରୀଙ୍କ ପାଖରୁ ପାଖାପାଖି 700 ଗ୍ରାମ ସୁନା ଜବତ କରାଯାଇଥିବା ସୂଚନା ମିଳିଛି।
ଆଇଜିଆଇ ବିମାନ ବନ୍ଦରରୁ 700 ଗ୍ରାମର ସୁନା ଜବତ - ଆଇଜିଆଇ ବିମାନବନ୍ଦରୁ ସୁନା ଜବତ
ପୁଣି ଆଇଜିଆଇ ବିମାନବନ୍ଦରରୁ ଜବତ ହୋଇଛି 700 ଗ୍ରାମର ସୁନା। ଏହି ସୁନାର ଆନୂମାନିକ ମୂଲ୍ୟ 27 ଲକ୍ଷ 97 ହଜାର ହେବ। ଚାଲାଣରେ ସମ୍ପୃକ୍ତ ଦୁଇ ଭାରତୀୟଙ୍କୁ ଗିରଫ କରିଛି କଷ୍ଟମ ବିଭାଗ। ଅଧିକ ଖବର ପଢନ୍ତୁ...
ଆଇଜିଆଇ ବିମାନ ବନ୍ଦରରୁ 700 ଗ୍ରାମର ସୁନା ଜବତ
ସୂଚନା ଅନୁସାରେ, ଗ୍ରୀନ ସିଗନାଲର ଚ୍ୟାନେଲ କ୍ରସ କରିବା ସମୟରେ ସନ୍ଦେହ ହେବାରୁ ଚାଲାଣକାରୀଙ୍କୁ କଷ୍ଟମ ବିଭାଗ ଧରିଥିବା ଆଡିସନାଲ କମିଶନର ଜୟନ୍ତ ସାହାଇ କହିଛନ୍ତି। ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ 6ଟି ସୁନା ଚେନ ରହିଛି। ଯାହାର ଆନୂମାନିକ ମୂଲ୍ୟ 27 ଲକ୍ଷ 97 ହଜାର ହେବ।
ଏହାସହ ପୂର୍ବଥର ବିମାନ ଯାତ୍ରା ସମୟରେ ଏହି ଚାଲାଣକାରୀଙ୍କ ପାଖରୁ 50 ଲକ୍ଷର ଚୋରା ସୁନା କଷ୍ଟମ ବିଭାଗ ହାତରେ ଧରା ପଡିଥିଲା। ବର୍ତ୍ତମାନ କଷ୍ଟମ ବିଭାଗ ଏହି 2 ଚାଲାଣକାରୀଙ୍କୁ 104 ଧାରାରେ ଗିରଫ କରିଛି। ଏହାସହ ଧାର 110 କଷ୍ଟମ ଆଇନ ଆଧାରରେ ସମସ୍ତ ସୁନା ଜବତ କରିଛି।