ଓଡିଶା

odisha

By

Published : Aug 15, 2020, 7:12 PM IST

ETV Bharat / bharat

ସିଲିଗୁଡିରୁ 14 କୋଟି ଟଙ୍କାର ସୁନା ଜବତ, 3 ଗିରଫ

ସେମାନଙ୍କ ଠାରୁ ମୋଟ 26 କିଲୋଗ୍ରାମର ସୁନା ଜବତ କରାଯାଇଛି । ବର୍ତ୍ତମାନ ଏହାର ବଜାର ମୂଲ୍ୟ ପ୍ରାୟ 14 କୋଟି ଟଙ୍କା ରହିଥିବା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି ।

ସିଲିଗୁଡିରୁ 14 କୋଟି ଟଙ୍କାର ସୁନା ଜବତ
ସିଲିଗୁଡିରୁ 14 କୋଟି ଟଙ୍କାର ସୁନା ଜବତ

କୋଲକାତା: ପଶ୍ଚିମବଙ୍ଗର ସିଲିଗୁଡିରୁ 14 କୋଟି ଟଙ୍କା ମୂଲ୍ୟର ସୁନା ଜବତ କରିଛି କଷ୍ଟମ ବିଭାଗ । ଘଟଣାରେ 3 ଜଣ ଅଭିଯୁକ୍ତଙ୍କୁ ଗିରଫ ମଧ୍ୟ କରାଯାଇଛି । ସେମାନଙ୍କ ଠାରୁ ମୋଟ 26 କିଲୋଗ୍ରାମର ସୁନା ଜବତ କରାଯାଇଛି । ତେବେ ବର୍ତ୍ତମାନ ଏହାର ବଜାର ମୂଲ୍ୟ ପ୍ରାୟ 14 କୋଟି ଟଙ୍କା ରହିଥିବା କଷ୍ଟମ ବିଭାଗ ପକ୍ଷରୁ କୁହାଯାଇଛି । ଏହି ସୁନା ବିସ୍କୁଟ ଗୁଡିକ ବେଆଇନ ଭାବରେ ମିଆଁମାରରୁ ଦିଲ୍ଲୀକୁ ଚୋରା ଚାଲାଣ ହେଉଥିଲା । ଏହାକୁ ସିଲିଗୁଡିର ନୂଆ ଜାଲପାଇଗୁରୀ ଦେଇ ନିଆଯାଉଥିଲା।

ସିଲିଗୁଡିରୁ 14 କୋଟି ଟଙ୍କାର ସୁନା ଜବତ

ଏହା ପୂର୍ବରୁ କେରଳ ସୁନା ଚୋରା ଚାଲାଣ ମାମଲାକୁ ନେଇ ଦେଶର ରାଜନୀତି ସରଗରମ ରହିଛି । ତିରୁବନନ୍ତପୁରମ ଅନ୍ତର୍ଜାତୀୟ ବିମାନବନ୍ଦରରେ ଏୟାର କାର୍ଗୋ ମାଧ୍ୟମରେ ପରିବହନ ହେଉଥିବା ସାମଗ୍ରୀରେ ୩୦ କିଲୋଗ୍ରାମରୁ ଅଧିକ ସୁନା ଜବତ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details