ଓଡିଶା

odisha

By

Published : Feb 3, 2020, 3:17 AM IST

ETV Bharat / bharat

ଚେନ୍ନାଇ ବିମାନବନ୍ଦରରୁ 2.05 କୋଟି ଟଙ୍କାର ସୁନା ଜବତ

କଷ୍ଟମ ବିଭାଗ ଦ୍ବାରା ଚେନ୍ନାଇ ବିମାନବନ୍ଦରରୁ 2.05 କୋଟି ଟଙ୍କାର ସୁନା ଜବତ । ଚୋରା ଚାଲାଣ କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

custom-department-seize-gold-in-chennai-airport-three-arrested
ଚେନ୍ନାଇ ବିମାନବନ୍ଦରରେ 2.05 କୋଟି ଟଙ୍କାର ସୁନା ଜବତ

ଚେନ୍ନାଇ: ଚେନ୍ନାଇ ବିମାନବନ୍ଦରରୁ 2.05 କୋଟି ଟଙ୍କାର ସୁନା ଜବତ । ଚୋରା ଚାଲାଣ କରୁଥିବା ଅଭିଯୋଗରେ 4 ଜଣଙ୍କୁ ଗିରଫ କରାଯାଇଛି । କଷ୍ଟମ ବିଭାଗ ଦ୍ବାରା ଘଟଣାର ତଦନ୍ତ ଜାରି ରହିଛି।

ସୂଚନା ଥାଉକି, ଚେନ୍ନାଇ ବିମାନ ବନ୍ଦରରେ କୌଣସି ସୂତ୍ରରୁ ଖବର ପାଇ କଷ୍ଟମ ବିଭାଗ 4 ଜଣଙ୍କୁ ସୁନା ଚୋରାଚାଲାଣ କରୁଥିବା ବେଳେ ଗିରଫ କରିଛି । କଷ୍ଟମ ବିଭାଗ ସେମାନଙ୍କ ଠାରୁ 4.46 କିଲୋଗ୍ରାମର ସୁନା ଯାହାର ମୂଲ୍ୟ ମୋଟ 1.87 କୋଟି ଟଙ୍କା ବୋଲି ଜଣାପଡିଛି।

କଷ୍ଟମ ବିଭାଗର କମିଶନରଙ୍କ କହିବାନୁସାରେ, ଗିରଫ ଅଭିଯୁକ୍ତ ମାନେ ହେଲେ ରାଜା,କାର୍ତ୍ତିକେୟନ ଏବଂ ଥାମିନ ଆନସାରୀ । ଅଭିଯୁକ୍ତ ମାନେ ଶୁକ୍ରବାର ଦିନ ଶ୍ରୀଲଙ୍କାର କଲୋମ୍ବୋରେ ପହଞ୍ଚିଥିଲେ । ସେଠାରୁ ଚେନ୍ନାଇ ଅସୁଥିବାବେଳେ ସେମାନଙ୍କୁ ବିମାନବନ୍ଦରର ଚେକ ପଏଣ୍ଟରେ କଷ୍ଟମ ବିଭାଗ ଦ୍ବାରା ଗିରଫ କରାଯାଇଛି ।

ଏଏନଆଇ ଇନପୁଟ ସହ ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details