ଓଡିଶା

odisha

By

Published : Nov 3, 2019, 11:08 AM IST

ETV Bharat / bharat

ଅନ୍ତଃବସ୍ତ୍ରରେ ସୁନା ଚୋରା ଚାଲାଣ: 9ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସୁନା ଜବତ, ଯାତ୍ରୀ ଗିରଫ

ଦିଲ୍ଲୀର ଇନ୍ଦିରାଗାନ୍ଧୀ ବିମାନବନ୍ଦରରୁ କଲମ୍ବୋରୁ ଦିଲ୍ଲୀ ଆସୁଥିବା ଯାତ୍ରୀ ସୁନା ଚୋରାଚାଲାଣ ଅଭିଯୋଗରେ କଷ୍ଟମ ବିଭାଗ ତାଙ୍କୁ ଗିରଫ କରିଛି । ଯାତ୍ରୀଙ୍କ ଠାରୁ 9 ଲକ୍ଷରୁ ଅଧିକ ଟଙ୍କାର ସୁନା ଜବତ କରାଯାଇଛି ।

ଫଟୋ ସୌଜନ୍ୟ : ଇଟିଭି ଭାରତ ବ୍ୟୁର

ହାଇଦ୍ରାବାଦ: ଦିଲ୍ଲୀ ଇନ୍ଦିରା ଗାନ୍ଧୀ ବିମାନବନ୍ଦରର ତିନି ନମ୍ବର ଟର୍ମିନାଲରେ କଷ୍ଟମ ବିଭାଗ ଦ୍ବାରା କଲମ୍ବୋରୁ ଦିଲ୍ଲୀ ଆସୁଥିବା ଯାତ୍ରୀକୁ ଗିରଫ କରାଯାଇଛି । ସେ 9 ଲକ୍ଷ ଟଙ୍କାର ସୁନା ଚୋରାଚାଲାଣ କରୁଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।

ଭିଡିଓ ସୌଜନ୍ୟ : ଇଟିଭି ଭାରତ ବ୍ୟୁର

କଷ୍ଟମ ବିଭାଗର ଜଏଣ୍ଟ କମିସନର ନିରଞ୍ଜନ ସିସି କହିଛନ୍ତି କଲମ୍ବୋରୁ ଦିଲ୍ଲୀ ଆସୁଥିବା ଯାତ୍ରୀ ଗ୍ରୀନ ଚ୍ୟାନେଲରୁ ବାହାରିବା ପରେ କଷ୍ଟମ ବିଭାଗର ଅଧିକାରୀମାନେ ସନ୍ଦେହ କରି ନଜର ରଖିଥିଲେ । ଏହା ପରେ କଷ୍ଟମ ବିଭାଗର ଅଧିକାରୀମାନେ ତାଙ୍କୁ ଜେରା କରିଥିଲେ । କଷ୍ଟମ ବିଭାଗର ଅଧିକାରୀମାନେ ଯାତ୍ରୀକୁ ଜେରା କରିବା ବେଳେ ତାଙ୍କ ଅନ୍ତଃବସ୍ତ୍ରରୁ 2ଟି ଅବଲ ସେପ ଆକାରର ପ୍ୟାକେଟରୁ 260 ଗ୍ରାମ ସୁନା ଜବତ କରିଥିଲେ । ଯାହାର ମୂଲ୍ୟ 9 ଲକ୍ଷ ହେବ ।

କଷ୍ଟମ ବିଭାଗର ଜେରାବେଳେ କହିଛି ସେ ତାଙ୍କର ପୂର୍ବରୁ 5 ଥର ଯାତ୍ରା କରି 1300 ଗ୍ରାମ ସୁନା ଚୋରାଚାଲାଣ କରିଛି । ଯାହାର ଆନୁମାନିକ ମୂଲ୍ୟ 45 ଲକ୍ଷରୁ ଅଧିକ ହେବ । ଏହି ଯାତ୍ରୀକୁ କଷ୍ଟମ ବିଭାଗ ନିୟମ ଅନୁସାରେ ସେକ୍ସନ 104 ଅନୁଯାୟୀ ଗିରଫ କରାଯାଇଛି । ସେକ୍ସନ 110 ଅନୁସାରେ ସୁନା ଜବତ କରାଯାଇଛି ।

ABOUT THE AUTHOR

...view details