ଓଡିଶା

odisha

ETV Bharat / bharat

ସିଲଂ: ସିଏଏକୁ ନେଇ ଗୋଷ୍ଠୀ ସଂଘର୍ଷ, 6 ଜିଲ୍ଲାରେ କର୍ଫ୍ୟୁ

ରାଜଧାନୀ ଦିଲ୍ଲୀ ପରେ ଏବେ ମେଘାଳୟରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦେଖାଦେଇଛି ସଂଘର୍ଷ । ଘଟଣା ପରେ ଶୁକ୍ରବାର ସନ୍ଧ୍ୟାରେ ମେଘାଳୟର 6ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଛି। ଅଧିକ ପଢନ୍ତୁ...

By

Published : Feb 29, 2020, 9:55 AM IST

Curfew in Meghalaya
ଶିଲଂ

ସିଲଂ: ରାଜଧାନୀ ଦିଲ୍ଲୀ ପରେ ଏବେ ମେଘାଳୟରେ ନାଗରିକତା ସଂଶୋଧନ ଆଇନ୍‌କୁ ନେଇ ଦେଖାଦେଇଛି ସଂଘର୍ଷ । ସିଏଏକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବାଫଳରେ ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଘଟଣା ପରେ ଶୁକ୍ରବାର ସନ୍ଧ୍ୟାରେ ମେଘାଳୟର 6ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ଏହି ସଂଘର୍ଷ ଖାସି ଛାତ୍ର ସଂଗଠନ (କେଏସୟୁ)ର ସଦସ୍ୟ ଏବଂ ଅଣ ଆଦିବାସୀଙ୍କ ମଧ୍ୟରେ ହୋଇଥିଲା । ଉତ୍ତର ପୂର୍ବାଞ୍ଚଳର ପୂର୍ବ ଖାସି ପାହାଡ ଇଚାମତିରେ ଏହି ସଂଘର୍ଷ ଘଟିଥିଲା ।

ତେବେ ସଂଘର୍ଷର ଖବର ମିଳିବା ପରେ ମେଘାଳୟର 6ଟି ଜିଲ୍ଲାରେ କର୍ଫ୍ୟୁ ଲାଗୁ କରିବା ସହ ସିଲଂ ଏବଂ ଆଖପାଖ ଅଞ୍ଚଳରେ ମୋବାଇଲ୍ ମେସେଜିଂ ସେବା ଏବଂ ମୋବାଇଲ୍ ଇଣ୍ଟରନେଟ୍ ସେବା ଉପରେ ପ୍ରତିବନ୍ଧକ ଲଗାଯାଇଛି । ଏନେଇ ମେଘାଳୟର ଗୃହ ସଚିବ ଆଦେଶ ଜାରି କରି କହିଛନ୍ତି, ପୂର୍ବ ଜେଣ୍ଟିଆ ପାହାଡ, ପଶ୍ଚିମ ଜେଣ୍ଟିଆ ପାହାଡ, ପୂର୍ବ ଖାସି ହିଲ୍ସ, ରି ଭୋଇ, ପଶ୍ଚିମ ଖାସି ପାହାଡ ଏବଂ ଦକ୍ଷିଣ ପଶ୍ଚିମ ଖାସି ପାହାଡ ଜିଲ୍ଲାରେ କର୍ଫ୍ୟୁ ଲାଗୁ କରାଯାଇଛି । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି ।

ନାଗରିକତା ସଂଶୋଧନ ଆଇନ୍‌ ଏବଂ ଆଭ୍ୟନ୍ତରୀଣ ଲାଇନ ଅନୁମତି (ଆଇଏଲପି)କୁ ନେଇ ଶୁକ୍ରବାର ଶେଲାରେ ବୈଠକ ହୋଇଥିଲା । ଏହି ବୈଠକ ପରେ ସଂଘର୍ଷ ହୋଇଥିବା ଜଣାପଡିଛି । ତେବେ ଏଥିରେ କିଛି ପୋଲିସକର୍ମୀ ମଧ୍ୟ ଆହତ ହୋଇଥିଲେ।

ସୂଚନାଯୋଗ୍ୟ ଯେ, ମେଘାଳୟରେ ସିଏଏ ରଦ୍ଦ କରିବା ସହ ଆଇଏଲପି ଲାଗୁ କରିବାକୁ କେଏସୟୁ ଦାବି କରି ଆସୁଛି ।

ବ୍ୟୁରୋ ରିପୋର୍ଟ ଇଟିଭି ଭାରତ

ABOUT THE AUTHOR

...view details