ଓଡିଶା

odisha

ETV Bharat / bharat

ମୋଦିଙ୍କ ପସନ୍ଦର ଅଦା ଚା’ ପିଇବେ ଟ୍ରମ୍ପ - ଭାରତ ଗସ୍ତରେ ଆମେରିକା ରାଷ୍ଟ୍ରପତି

ଟ୍ରମ୍ପ ଦମ୍ପତ୍ତିଙ୍କ ପାଇଁ ବିଶେଷ ଭାରତୀୟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଅହମଦାବଦର ସାବରମତି ଆଶ୍ରମ ଯିବାର ବ୍ୟବସ୍ଥା ରହିଛି । ଅଧିକ ପଢନ୍ତୁ....

ମୋଦିଙ୍କ ପସନ୍ଦର ଅଦା ଚା’ ପିଇବେ ଟ୍ରମ୍ପ
ମୋଦିଙ୍କ ପସନ୍ଦର ଅଦା ଚା’ ପିଇବେ ଟ୍ରମ୍ପ

By

Published : Feb 24, 2020, 10:12 AM IST

Updated : Feb 24, 2020, 10:52 AM IST

ନୂଆଦିଲ୍ଲୀ: ଦୁଇ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସୋମବାର ପୂର୍ବାହ୍ନ 11.40ରେ ସେ ଭାରତରେ ପହଞ୍ଚିବେ। ତେବେ ଦ୍ବିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ଟ୍ରମ୍ପ ଭାରତ ଗସ୍ତ କରୁଥିବା ସୂଚନା ରହିଛି। ଏହି ଗସ୍ତରେ ଟ୍ରମ୍ପଙ୍କ ସହ ପତ୍ନୀ ମେଲାନିଆ, ଝିଅ ଓ ଜ୍ବାଇଁ ମଧ୍ୟ ଆସୁଛନ୍ତି।

ସୂଚନା ଅନୁସାରେ, ଟ୍ରମ୍ପ ଦମ୍ପତ୍ତିଙ୍କ ପାଇଁ ବିଶେଷ ଭାରତୀୟ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି । ରାଷ୍ଟ୍ରପତି ଟ୍ରମ୍ପ ଅହମଦାବଦର ସାବରମତି ଆଶ୍ରମ ଯିବାର ବ୍ୟବସ୍ଥା ରହିଛି । ଏହାସହ ଆଶ୍ରମରେ ହିଁ ତାଙ୍କ ଭୋଜନର କରିବା ନେଇ ସୂଚନା ରହିଛି । ତେବେ ରାଷ୍ଟ୍ରପତିଙ୍କ ଭୋଜନ ଦାୟିତ୍ବ ନାମୀଦାମୀ ସୈଫ୍ ସୁରେଶ ଖନ୍ନାଙ୍କୁ ଦିଆଯାଇଛି ।ସୁରେଶ ଫର୍ଚ୍ୟୁନ ଲ୍ୟାଣ୍ଡମାର୍କ ହୋଟେଲର ସୈଫ୍ ଅଟନ୍ତି । ସୈଫ୍ ସୁରେଶଙ୍କ ସୂଚନା ଅନୁସାରେ, ରାଷ୍ଟ୍ରପତିଙ୍କ ପାଇଁ ବିଶେଷ ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି ।

ଖାଇବାରେ ଗୁଜୁରାଟି ଭେନ୍ୟୁ ପ୍ରସ୍ତୁତ କରାଯାଇଛି । ଟ୍ରମ୍ପଙ୍କ ପାଇଁ ଫର୍ଚ୍ୟୁନ କୁକିଜ, ବ୍ରୋକୋଲି ଏବଂ କର୍ଣ୍ଣ ସିଙ୍ଗଡା ପ୍ରସ୍ତୁତ ହୋଇଛି । ଏହାସହ ସୈଫ ସୁରେଶ ଏହାର ସୂଚନା ଦେଇଛନ୍ତି ଯେ, ଟ୍ରମ୍ପଙ୍କ ପାଇଁ ସ୍ବତନ୍ତ୍ର ଅଦା ଚା’ଏବଂ ମସଲା ଚା’ ପ୍ରସ୍ତୁତ କରାଯାଇଛି । ଯେଉଁ ଚା’କୁ ମୋଦି ପିଇବାକୁ ପସନ୍ଦ କରିଥା’ନ୍ତି।

ସୂଚନାଯୋଗ୍ୟ, ଟ୍ରମ୍ପଙ୍କ ଯାତ୍ରାକୁ ଦୃଷ୍ଟିରେ ରଖି ଅହମ୍ମଦାବାଦକୁ ନୂଆବୋହୂ ଭଳି ସଜା ଯାଇଛି । ରାଷ୍ଟ୍ରପତି ଅହମ୍ମଦାବାଦରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ବିମାନବନ୍ଦରରେ ସ୍ବାଗତ କରିବେ । ପରେ ଉଭୟ ରୋଡ ଶୋ'କାର୍ଯ୍ୟକ୍ରମରେ ଯୋଗଦେବେ ।

Last Updated : Feb 24, 2020, 10:52 AM IST

ABOUT THE AUTHOR

...view details