ଓଡିଶା

odisha

ETV Bharat / bharat

କୋଭିଡ-19 ପ୍ରତିକାର: ବଟାନିକାଲ ଡ୍ରଗର ପରୀକ୍ଷଣ ପାଇଁ ଅନୁମତି ଲୋଡିଲା CSIR - ପରୀକ୍ଷଣ ପାଇଁ ଅନୁମତି ଲୋଡିଲା CSIR

ଏକ ଆଣ୍ଟି-ଡେଙ୍ଗୁ ବଟାନିକାଲ୍ ଔଷଧ ପାଇଁ ବ୍ୟବହାର କରାଯାଇଥିବା ବଟାନିକାଲ୍ ହର୍ବ Cocculus irsutus କୁ କୋଭିଡ-19 ଡ୍ରଗ୍ ଭାବରେ ପୁଣି ପରୀକ୍ଷା କରିବାକୁ ଅନୁମତି ମାଗିଛି ସିଏସଆଇଆର୍ ।

CSIR
କୋଭିଡ-19 ପ୍ରତିକାର

By

Published : Apr 26, 2020, 11:15 AM IST

ନୂଆଦିଲ୍ଲୀ: ଏକ ଆଣ୍ଟି-ଡେଙ୍ଗୁ ବଟାନିକାଲ୍ ଔଷଧ ପାଇଁ ବ୍ୟବହାର କରାଯାଇଥିବା ବଟାନିକାଲ୍ ହର୍ବ Cocculus irsutus କୁ କୋଭିଡ-19 ଡ୍ରଗ୍ ଭାବରେ ପୁଣି ପରୀକ୍ଷା କରିବାକୁ ଅନୁମତି ମାଗିଛି ସିଏସଆଇଆର୍ । ଯଦି ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ (ଡିଜିସିଆଇ) ଅନୁମତି ପ୍ରଦାନ କରେ ତେବେ COVID-19 ବିରୁଦ୍ଧରେ ଏହାର ପ୍ରଭାବ ପାଇଁ ପରୀକ୍ଷା କରାଯିବ ।

କାଉନସିଲ୍ ଅଫ୍ ସାଇଣ୍ଟିଫିକ୍ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍ ରିସର୍ଚ୍ଚ (CSIR) ଏହି ଦେଶୀ ଔଷଧର ଫଳପ୍ରଦତା ପରୀକ୍ଷା କରିବାକୁ 50 ରୋଗୀଙ୍କ ମଧ୍ୟରେ ସୀମିତ ରାଣ୍ଡୋମାଇଜଡ୍ ପରୀକ୍ଷା କରିବାକୁ DCGIରୁ ଅନୁମୋଦନ ଲୋଡିଛି । CSIR ବୈଜ୍ଞାନିକଙ୍କ ଅନୁଯାୟୀ, ଏହି ଡ୍ରଗ୍ ପ୍ରାରମ୍ଭିକ ଭାବକେ ଭେକ୍ଟର-ବୋର୍ଣ୍ଣ ଡେଙ୍ଗୁ ପାଇଁ ମାନବ ପରୀକ୍ଷଣ କରାଯାଇଥିଲା ଓ ସଫଳ ମଧ୍ୟ ହୋଇଥିଲା ।

ମେ 2016ରେ ସନ୍ ଫାର୍ମା ଏବଂ ଇଣ୍ଟରନ୍ୟାସନାଲ୍ ସେଣ୍ଟର ଫର ଜେନେଟିକ୍ ଇଞ୍ଜିନିୟରିଂ ଆଣ୍ଡ ବାୟୋଟେକ୍ନୋଲୋଜି (ICGEB), ଡେଙ୍ଗୁ ରୋଗର ଚିକିତ୍ସା ପାଇଁ ଏକ ବଟାନିକାଲ୍ ଔଷଧର ବିକାଶ ନେଇ ଏକ ସ୍ବତନ୍ତ୍ର ଚୁକ୍ତିନାମା ସ୍ବାକ୍ଷର କରିଛି । ଏହି ଔଷଧ ଉପରେ ଗତ ପାଞ୍ଚ ବର୍ଷ ଧରି ଅନୁସନ୍ଧାନ ଚାଲିଛି ବୋଲି ଜମ୍ମୁ ସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟିଗ୍ରେଟିଭ୍ ମେଡିସିନର ନିର୍ଦ୍ଦେଶକ ଡ଼ଃ ରାମ ବିଶ୍ବକର୍ମା କହିଛନ୍ତି। ବଟାନିକାଲ୍ ଔଷଧ ବ୍ୟବହାର କରି ପରୀକ୍ଷା କରିବା ପାଇଁ DCGI କୁ ଦିଆଯାଇଥିବା ସର୍ବଶେଷ ପ୍ରୟୋଗକୁ CSIR-IIIM ଜମ୍ମୁ ନିର୍ଦ୍ଦେଶ ଦେଇଛି ।

ପରୀକ୍ଷଣରେ ଡେଙ୍ଗୁ ବିରୋଧରେ ଏହା ପ୍ରଭାବଶାଳୀ ବୋଲି ଜଣାପଡିଛି। ବିଶ୍ବକର୍ମା କହିଛନ୍ତି ଯେ, SARS-CoV-2 ସମେତ ଆରଏନଏ-ଭାଇରସ ବିରୋଧରେ ଏହାର ପ୍ରଭାବକୁ ସୁନିଶ୍ଚିତ କରିବା ପାଇଁ ଆମେ ବୈଜ୍ଞାନିକ ପରୀକ୍ଷଣ କରିବାକୁ ଚିନ୍ତା କରୁଛୁ।

ABOUT THE AUTHOR

...view details