ଶ୍ରୀନଗର: ଜୀବନ ହାରିଲେ ସିଆରପିଏଫ୍ କନେଷ୍ଟବଳ। ସର୍ଭିସ ରାଇଫଲରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି । ଏଭଳି ଅଭାବନୀୟ ଘଟଣା ଶ୍ରୀନଗର ପାନ୍ଥଚୌକ ଅଞ୍ଚଳରେ ସୋମବାର ଘଟିଥିବା ସରକାରୀ ସୂତ୍ରରୁ ସୂଚନା ମିଳିଛି।
ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ CRPF କର୍ମଚାରୀ - CRPF trooper shoots self dead in Srinagar
ଜୀବନ ହାରିଲେ ସିଆରପିଏଫ୍ କନେଷ୍ଟବଳ। ସର୍ଭିସ ରାଇଫଲରେ ନିଜେ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି ।
![ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ CRPF କର୍ମଚାରୀ ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ CRPF କର୍ମଚାରୀ](https://etvbharatimages.akamaized.net/etvbharat/prod-images/768-512-8095147-966-8095147-1595232011517.jpg)
ସର୍ଭିସ ରାଇଫଲରୁ ଗୁଳି ଚଳାଇ ଜୀବନ ହାରିଲେ CRPF କର୍ମଚାରୀ
ସେମାନେ କହିଛନ୍ତି ସିଆରପିଏଫ୍ 29 ବାଟାଲିୟନର କନଷ୍ଟେବଳ ବିଶ୍ୱଜିତ୍ ଦତ୍ତା ନିଜ ଉପରକୁ ଗୁଳି ଚଳାଇ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଛନ୍ତି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଥିବା ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ଅଧିକାରୀମାନେ କହିଛନ୍ତି ଯେ, ସୋମବାର ଦିନ ଶ୍ରୀନଗରର ପାନ୍ଥଚୌକ୍ ଅଞ୍ଚଳରେ ନିଜ ସର୍ଭିସ ରାଇଫଲ୍ ସହିତ ଗୁଳି ଚଳାଇ ଜଣେ ପାରାମିଲିଟାରୀ CRPF ଟ୍ରୁପର୍ ତାଙ୍କ ଜୀବନ ଶେଷ କରିଛନ୍ତି।