ଓଡିଶା

odisha

ETV Bharat / bharat

ଶୁଦ୍ଧ ବାୟୁ ପାଇବେ ଦିଲ୍ଲୀ ବାସିନ୍ଦା, 2095 ଚାରା ରୋପଣ କଲା ସିଆରପିଏଫ - crpf

କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବୃକ୍ଷ ରୋପଣ ଅଭିଯାନ । ଆଖପାଖ ଅଞ୍ଚଳର ଖେଳ ପଡିଆରେ 845 ସହ ନେତାଜୀ ସୁଭାଷ ଆଜାଦ ହିନ୍ଦ ଗ୍ରାମରେ 2095 ଟି ଚାରା ରୋପଣ କରାଯାଇଛି ।

 ସିଆରପିଏଫର ବୃକ୍ଷରୋପଣ ଅଭିଯାନ
ସିଆରପିଏଫର ବୃକ୍ଷରୋପଣ ଅଭିଯାନ

By

Published : Jul 14, 2020, 4:10 PM IST

ନୂଆଦିଲ୍ଲୀ: କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସର ବୃକ୍ଷ ରୋପଣ ଅଭିଯାନ । ସିଆରପିଏଫର ପ୍ରଥମ ସିଗନାଲ ବାଟାଲିୟନର କମାଣ୍ଡାଣ୍ଟ ତଥା ଦିଲ୍ଲୀର ମୁଣ୍ଡକା ଟିକାରି କାଲା ଗାଁର ଡେପୁଟି କମାଣ୍ଡାଣ୍ଟ ଜଗଦେବ ସିଂ ଯାଦବଙ୍କ ନେତୃତ୍ବରେ ସ୍ଥାନୀୟ ବାସିନ୍ଦାଙ୍କ ସହଯୋଗରେ ଟିକ୍ରି ଗ୍ରାମ ବୃକ୍ଷରୋପଣ ଅଭିଯାନ କରାଯାଇଥିଲା। ଆଖପାଖ ଅଞ୍ଚଳର ଖେଳ ପଡିଆରେ 845 ସହ ନେତାଜୀ ସୁଭାଷ ଆଜାଦ ହିନ୍ଦ ଗ୍ରାମରେ 2095 ଟି ଚାରା ରୋପଣ କରାଯାଇଛି ।

ବ୍ୟାଟାଲିୟନ ଅଧିକାରୀ ମେଘରାଜ କହିଛନ୍ତି ଯେ ବୃକ୍ଷରୋପଣ ଅଭିଯାନ ଅଧୀନରେ ଆମେ ଏଠାରେ ଚାରା ରୋପଣ କରିଛୁ । ଫଳରେ ଏଠାରେ ରହୁଥିବା ଲୋକେ ଶୁଦ୍ଧ ବାୟୁ ପାଇପାରିବେ ଓ ପରିବେଶ ପରିଷ୍କାର ରହିବ। ସେ ଏହା ମଧ୍ୟ କହିଛନ୍ତି ଯେ ଯେତେବେଳେ ସମଗ୍ର ବିଶ୍ବରେ କୋରୋନା ପରି ମହାମାରୀ ବ୍ୟାପିଥାଏ, ସେତେବେଳେ ପରିବେଶକୁ ପରିଷ୍କାର ରଖିବା ଅତ୍ୟନ୍ତ ଜରୁରୀ ଅଟେ । ଏହି ପରିପ୍ରେକ୍ଷୀରେ ଆମେ ଏହି ଗାଁକୁ ବାଛିଛୁ। ସେ କହିଛନ୍ତି ଯେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ ଦେଶର ବିଭିନ୍ନ ସ୍ଥାନରେ ସେବା ଦେଇଆସୁଛି । ବୃକ୍ଷରୋପଣ ଭଳି ଅଭିଯାନ ଚଳାଇ ସାମାଜିକ କାର୍ଯ୍ୟରେ ମଧ୍ୟ ଅବଦାନ ଦେଉଛି ଫୋର୍ସ ।

ଏଥି ସହିତ ସିଆରପିଏଫ୍ କମାଣ୍ଡାଣ୍ଟ ମେଘରାଜ ମଧ୍ୟ ଲଗାଯାଇଥିବା ଚାରା ଗୁଡିକର ଯତ୍ନ ନେବାରେ ସମ୍ପୂର୍ଣ୍ଣ ସହଯୋଗ କରିବାକୁ ଗ୍ରାମବାସୀଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ଗାଁର ଅରୁଣ ଦରାଲ, ସୁଜେତ କୁମାର, ସୁରେଶ କୁମାର, ଇଶ୍ବର ସିଂ, ଲଲିତ, ସତେନ୍ଦ୍ର, ପ୍ରବୀଣ, ବିରେନ୍ଦ୍ର, ବିଲୁ ଉପସ୍ଥିତ ଥିଲେ।

ABOUT THE AUTHOR

...view details