ଲକ୍ଷ୍ନୌ: ଦୁଇ ଦିନ ପୂର୍ବେ ଶ୍ରୀନଗରରେ ପ୍ରାଣ ହରାଇଥିବା CRPF ଯବାନ ନରେଶ କୁମାରଙ୍କ ମୃତଦେହ ଶନିବାର ସକାଳେ ତାଙ୍କ ନିଜ ପୈତୃକ ଗ୍ରାମରେ ପହଞ୍ଚିବା ପରେ ଅନ୍ତିମସଂସ୍କାର କରାଯାଇଛି । ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ନରେଶ କୁମାରଙ୍କୁ ପୋଷ୍ଟିଂ କରାଯାଇଥିଲା। ପାଟ୍ରୋଲିଂ ଡ୍ୟୁଟି ସମୟରେ ଜିପ୍ ଓଲଟି ପଡିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।
ପୈତୃକ ଗ୍ରାମରେ ସରିଲା CRPF ଯବାନ ନରେଶ କୁମାରଙ୍କ ଅନ୍ତିମ ସଂସ୍କାର - Soldier who died in road accident cremated
ଶ୍ରୀନଗରରେ ପ୍ରାଣ ହରାଇଥିବା CRPF ଯବାନ ନରେଶ କୁମାରଙ୍କ ମୃତଦେହ ଶନିବାର ସକାଳେ ତାଙ୍କ ନିଜ ପୈତୃକ ଗ୍ରାମରେ ପହଞ୍ଚିବା ପରେ ଅନ୍ତିମସଂସ୍କାର କରାଯାଇଛି । ଅଧିକ ପଢନ୍ତୁ:
CRPF ଯବାନ ନରେଶ କୁମାର
ଯବାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ଦୁଇ ଅଧିକାରୀଙ୍କ ସମେତ ଆଉ ତିନି ଜଣ CRPF ଯବାନ ଆହତ ହୋଇଥିଲେ। ଦୁଇ ବର୍ଷ ପୂର୍ବେ ନରେଶ ବିବାହ କରିଥିଲେ ତାଙ୍କର 6 ମାସର ଶିଶୁ କନ୍ୟା ଅଛି । ମାସେ ଛୁଟିରେ ଘରକୁ ଫେରି ଆସିଥିବା ଯବାନ ଏବେ ଆଉ ନାହାଁନ୍ତି, ତାହା ଗ୍ରହଣ କରିବା ପରିବାର ପକ୍ଷେ କଷ୍ଟକର ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ