ଓଡିଶା

odisha

ଶ୍ରୀନଗର ଏନକାଉଣ୍ଟରରେ ଜଣେ CRPF ଯବାନ ଶହୀଦ, ଆତଙ୍କୀ ନିପାତ

By

Published : Jul 3, 2020, 8:37 AM IST

ଜାମ୍ମୁ କାଶ୍ମୀରର ଶ୍ରୀନଗର ମାଲବାଗ ଅଞ୍ଚଳରେ ଏନକାଉଣ୍ଟର। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନ ସହିଦ ହୋଇଛନ୍ତି। ଏହାସହ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି।

ଶ୍ରୀନଗରରେ ଏନକାଉଣ୍ଟରରେ ଜଣେ CRPFଯବାନ ଶହୀଦ, ଆତଙ୍କୀ ନିପାତ
ଶ୍ରୀନଗରରେ ଏନକାଉଣ୍ଟରରେ ଜଣେ CRPFଯବାନ ଶହୀଦ, ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁ କାଶ୍ମୀରର ଶ୍ରୀନଗରର ମାଲବାଗ ଅଞ୍ଚଳରେ ଏନକାଉଣ୍ଟର। ଗୁରୁବାର ବିଳମ୍ବିତ ରାତିରେ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଯବାନ ସହିଦ ହୋଇଛନ୍ତି। ଏହାସହ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କୀ ନିପାତ ହୋଇଛି। ଗତ 45 ଦିନ ମଧ୍ୟରେ ଶ୍ରୀନଗରରେ ଏହା ହେଉଛି ତୃତୀୟ ମୁକାବିଲା ।

ଏହି ଅଞ୍ଚଳରେ ଆତଙ୍କବାଦୀ ଏବଂ ସୁରକ୍ଷା ବାହିନୀ ମଧ୍ୟରେ ଗୁଳି ବିନିମୟକୁ ଜମ୍ମୁ କାଶ୍ମୀର ପୋଲିସ ଖବର ଦେଇଛି। କାଶ୍ମୀର ଜୋନ୍ ପୋଲିସ୍ ଟ୍ୱିଟ୍ କରି କହିଛନ୍ତି, "ଶ୍ରୀନଗରର ମାଲବାଗ ଅଞ୍ଚଳରେ ଏନକାଉଣ୍ଟର ଆରମ୍ଭ ହୋଇଛି। ପୋଲିସ ଏବଂ ସୁରକ୍ଷା ବାହିନୀ ଏହି ଅପରେସନରେ ନିୟୋଜିତ ଅଛନ୍ତି।

ଜମ୍ମୁ କାଶ୍ମୀର ପୋଲିସ୍ ଏବଂ ସିଆରପିଏଫର ଏକ ମିଳିତ ଟିମ୍ ଶ୍ରୀନଗର ଉପକଣ୍ଠରେ ଥିବା ମାଲବାଗ ଅଞ୍ଚଳରେ ବିଳମ୍ବିତ ରାତିରେ କର୍ଡନ୍ କରି ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲା। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ମିଳିତ ଦଳ ସନ୍ଦିଗ୍ଧ ସ୍ଥାନକୁ ଘେରି ରହିଥିବା ବେଳେ ଲୁଚି ରହିଥିବା ଆତଙ୍କବାଦୀମାନେ ସେମାନଙ୍କ ଉପରକୁ ଗୁଳି ଚଳାଇଥିଲେ। ସୂତ୍ରରୁ ଜଣାପଡିଛି ଯେ ଏହି ଅଞ୍ଚଳରେ 1-2 ଆତଙ୍କବାଦୀ ଲୁଚି ରହିଛନ୍ତି। ବର୍ତ୍ତମାନ ମଧ୍ୟ ଏନକାଉଣ୍ଟର ଜାରି ରହିଛି।

ଅଧିକ ବିବରଣୀ ପାଇଁ ଅପେକ୍ଷା କରନ୍ତୁ...

ABOUT THE AUTHOR

...view details