ଶ୍ରୀନଗର: ସ୍ତ୍ରୀକୁ ହତ୍ୟା ପରେ ଆତ୍ମହତ୍ୟା କଲେ ଯବାନ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଜମ୍ମୁ କାଶ୍ମୀର ଜମ୍ମୁ ଡିଭିଜନରେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି । ଆତ୍ମହତ୍ୟା କରିଥିବା ସିଆରପିଏଫ ଯବାନ ଜଣକ ହେଉଛନ୍ତି ମଦନ ସିଂ ଚିବ । ସେ ଜମ୍ମୁ ଡିଭିଜନର ହେଡ କ୍ବାର୍ଟରରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ ।
ସ୍ତ୍ରୀକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ - ଜମ୍ମୁରେ ଆତ୍ମହତ୍ୟା କଲେ ଯବାନ
ପାରିବାରିକ କଳହର କରୁଣ ପରିଣତି । ନିଜ ସ୍ତ୍ରୀକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ । ଜମ୍ମୁକାଶ୍ମୀର ଡିଭିଜନରେ ଘଟିଛି ଏପରି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ...
![ସ୍ତ୍ରୀକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ CRPF jawan kills wife before committing suicide](https://etvbharatimages.akamaized.net/etvbharat/prod-images/768-512-8785345-thumbnail-3x2-jawan.jpg)
ସ୍ତ୍ରୀକୁ ଗୁଳି କରି ଆତ୍ମହତ୍ୟା କଲେ ଯବାନ
ସୂଚନା ଅନୁସାରେ, କୌଣସି ଏକ ଘଟଣାକୁ ନେଇ ଯବାନଙ୍କ ପରିବାର ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ରାଗିଯାଇ ଯବାନ ଜଣକ ନିଜ ସ୍ତ୍ରୀକୁ ଗୁଳି କରିଥିଲେ । ଏପରିକି ଘଟଣାସ୍ଥଳରେ ଉପସ୍ଥିତ ଥିବା ଶାଳୀଙ୍କ ଦେହରେ ମଧ୍ୟ ଗୁଳି ବାଜିଥିଲା । ସେ ଗୁରୁତର ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ଉପସ୍ଥିତି ଥିବା ଦମ୍ପତ୍ତିଙ୍କ ଆଠ ବର୍ଷର ଝିଅ ମଧ୍ୟ ଏଥିରୁ ବର୍ତ୍ତି ଯାଇଥିବା ଜଣାପଡିଛି । ତେବେ,କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ସେନେଇ ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।