ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ନିକଟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି । କୋରୋନା ମହାମାରୀ ସହ ଦେଶ ଲଢୁଥିବାବେଳେ ଆତଙ୍କବାଦୀ ପରିସ୍ଥିତିର ଫାଇଦା ଉଠାଉଛନ୍ତି । ଚଳିତ ମାସରେ 2 ଥର ଆତଙ୍କୀ ଆକ୍ରମଣ ହୋଇସାରିଛି ।
ତେବେ ଏହାକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ସିଆରପିଏଫ ଡିଜି ଏପି ମାହେଶ୍ବରୀ କହିଛନ୍ତି । ସିଆରପିଏଫ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସମସ୍ତ ପ୍ରକାର ମୁକାବିଲା ପାଇଁ ଅନ୍ୟାନ୍ୟ ଫୋର୍ସ ଓ ରାଜ୍ୟ ପୋଲିସ ସହିତ ଉତ୍ତମ ସମନ୍ବୟ ରକ୍ଷା କରି ଯୋଜନା ପ୍ରସ୍ତୁତ ହୋଇଛି । ଗୁଇନ୍ଦା ସଂସ୍ଥା ସହ ଆଲୋଚନା କରି ଉଚିତ ସମୟରେ ଅପରେସନ କରାଯାଉଛି । ପୂର୍ବରୁ ଅନେକ ଘଟଣା ରହିଛି ଯେଉଁଠି ଆମେ ଆତଙ୍କବାଦୀଙ୍କୁ ନିଷ୍କ୍ରିୟ କରିଛୁ ବୋଲି ସିଆରପିଏଫ ଡିଜି କହିଛନ୍ତି । ପାକିସ୍ତାନ ସମର୍ଥିତ ଆତଙ୍କବାଦ ପ୍ରତିହତ କରିବାକୁ ଫୋର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ସେ କହିଛନ୍ତି ।